ଦନ୍ତା ଆତଙ୍କ, ଲୋକେ ଭୟଭୀତ
by Argus News
Tue, Jun 18 | 7:53 a.m.

ଅର୍ଗସ ବ୍ୟୁରୋ: ଗାଁ ଭିତରେ ପଶି କାନ୍ଥ ଭାଙ୍ଗିଲା ଦନ୍ତା। ରାତିସାରା ଭୟଭିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଘଟଣା ଘଟିଛି ଭୁବନ ବନାଞ୍ଚଳ ଅଧିନ ଶାମଳ ଗ୍ରାମରେ। ଗତକାଲି ରାତିରେ ଏକ ଦନ୍ତା ଶାମଳ ଗ୍ରାମରେ ପଶିବା ସହ ପ୍ରଣବ ଥାଟୋଇଙ୍କ ବାଡ ଭାଙ୍ଗି ଘର ଆଗରେ ବହୁ ସମୟ ଧରି ଠିଆ ହେଲା। ତେବେ ଏହି ସମୟରେ ଘର ଆଗରେ ଭାତ ଗାଳୁଥିବା ତାଙ୍କ ସ୍ତ୍ରୀ ଜୀବନ ବିକଳରେ ପାଟିକରି ଘରଭିତରେ ପସି ଯାଇଥିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ।

ପରେ ଗ୍ରାମବାସୀ ବାଣ ଫୁଟାଇ,ଟିଣ ବାଡାଇ ହାତୀକୁ ଗ୍ରାମ ବାହାରକୁ ତଡିଥି୍ଲେ। ହାତୀଟି ଗ୍ରାମର ପଛପଟରେ ଥିବାବେଳେ ରାତି ସାରା ଭୟଭିତ ଅବସ୍ଥାରେ ଲୋକମାନେ ଅଛନ୍ତି। ହେଲେ ବନବିଭାଗ ପକ୍ଷରୁ ଠିକରେ ସହଯୋଗ ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ହାତୀକୁ ବିଳମ୍ବିତ ରାତିରେ ସୁକିନ୍ଦା ଜଙ୍ଗଲକୁ ତଡି ଦିଆଯାଇଥିବା ବନବିଭାଗ ପ୍ରକାଶ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

TOURISM DAY
ବିକାଶ ଅପେକ୍ଷାରେ ବାଲେଶ୍ୱର
ବାଲେଶ୍ୱର: କଳା, ସଂସ୍କୃତିର ସହର ବାଲେଶ୍ଵର । ଯେଉଁଠି ରହିଛି ଭରପୁର ପର୍ଯ୍ୟଟନସ୍ଥଳୀ । ବିସ୍ତୀର୍ଣ୍ଣ ବେଳାଭୂମି ସହ ଅନେକ ପ୍ରସିଦ୍ଧ ଶୈବ ପୀଠ ...ପୁଣି ଘଞ୍ଚ ଜଙ୍ଗଲ ଭରା ପାହାଡ
ରାସ୍ତା ରୋକ୍
ଧାମନଗର ଥାନା ଘେରାଉ, ରାସ୍ତା ରୋକ୍
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ ବଢିବାରେ ଲାଗିଛି । ଧାମନଗର ଥାନା ଘେରାଉ କରିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ । ସାମାଜିକ ଗଣମାଧ୍ୟମର
WAR
ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ
ଅର୍ଗସ ବ୍ୟୁରୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ। ଦୀର୍ଘ ସମୟ ଧରି ଲାଗି ରହିଛି। କେବେ ଏହି ଯୁଦ୍ଧର ହେବ ସମାପ୍ତ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ପରିସ୍ଥିତିରେ ଗୋଟି