ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ
by Argus News
Mon, Sep 23 | 6:32 p.m.

ଅର୍ଗସ ବ୍ୟୁରୋ:  ଆବାସରୁ ବଞ୍ଚିତ ସିରାଗୁଡା। ଗାଁରେ ନାହିଁ ଗୋଟିଏ ବି ଆବାସ ଘର। ମାଳମାଳ ଚାଳଛପରଘରେ ରହି ଆଜିବି ଆବାସ ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ। ନବରଙ୍ଗପୁର କୋଷାଗୁମୁଡା ବ୍ଲକ ସନ୍ତସପୁର ପଞ୍ଚାୟତ ଅନ୍ତର୍ଗତ ସିରାଗୁଡା l ଏ ହେଉଛନ୍ତି ଗାଁର ଦୟାରମ ଭତ୍ରାଙ୍କ ଘର। ଘର ତ ନୁହେଁ କଚ୍ଚା ଘର ଉପରେ ପଲିଥିନ ଘୋଡା ହୋଇଥିବା ଘର ଦି ବଖରା। ଏଠାରେ ରୁହନ୍ତି ଦୟାରମଙ୍କ ୬ ପ୍ରାଣୀ କୁଟୁମ୍ବ l କିଛିଦିନ ତଳେ ମାଟି ଘର ଭାଙ୍ଗି ଯିବାରୁ ସ୍ଥାନୀୟ ପିଇଓ ପଲିଥିନ ଗୋଟିଏ ଦେଇଥିଲେ l ତାପରେ ଆଉ ବାବୁଙ୍କର ଦେଖା ନାହିଁ l

ସେଭଳି ଏ ହେଉଛନ୍ତି ଶୁକମତି ହରିଜନ l ବାଉଁଶ ବାଡ଼ ଉପରେ ପଲିଥିନ ଘୋଡାଯାଇଛି। ଆଉ ଏହାରି ଭିତରେ ରହୁଛନ୍ତି  ୬ ପ୍ରାଣୀ କୁଟୁମ୍ବ । ଘର ଏମିତି ଯେଉଁଠି ପ୍ରତିକ୍ଷଣରେ ରହିଛି ଭୟ।  ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦ୍ବାର ଶୁଣ୍ଢୀ ପିଣ୍ଡା ହେବାକୁ ପଡୁଛି। ତଥାପି ଏହି ପରିବାର ଉପରେ ପ୍ରଶାସନର ନଜର ପଡିନି। ଗାଁର ଯମୁନା ଭତ୍ରାଙ୍କ ପରିବାରର ବି ସମାନ ଅବସ୍ଥା। ଘର ନଥିବାରୁ ଭଙ୍ଗା ଘେର ରହୁଛନ୍ତି ଜମୁନାଙ୍କ ପରିବାର।

ଖାଲି ଏମାନେ ନୁହନ୍ତି ଗାଁର ସମସ୍ତେ ଆବାସ ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ପୂର୍ବ ସରକାରଙ୍କ ପାତରଅନ୍ତର ନୀତି ପାଇଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି।  ଏ ଚିତ୍ର ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି ବିଜେଡି ସରକାର ଏହି ଉପାନ୍ତ ଦୁର୍ଗମ ବାସୀଙ୍କୁ କେତେ ପ୍ରତାରଣା କରିଛି l ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି l ତତକାଳୀନ ବିଜେଡି ସରକାର ତ ଏମାନଙ୍କ ଦୁଃଖ ବୁଝିଲା ନାହିଁ ବର୍ତମାନ କିନ୍ତୁ ଗ୍ରାମବାସୀ ଆଶା ବାନ୍ଧିଛନ୍ତି ନୂତନ ସରକାର ଉପରେ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

‘ଲାପତା ଲେଡିଜ୍’
9m ago
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏ
ରାଇରଙ୍ଗପୁର
14m ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟର
ଭୁବନେଶ୍ଵର
20m ago
ଭୁବନେଶ୍ଵର ବିଜେଡି ଦଳରେ ବଢୁଛି ଅସନ୍ତୋଷର ନିଆଁ
ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ବିଜେଡିରେ ଅଲ୍ ଇଜ୍ ନଟ୍ ଓ୍ଵେଲ୍। ବଢୁଛି ଅନ୍ତଃକନ୍ଦଳ, ଦଳ ଭିତରେ ଫାଟ ଦିଶୁଛି ଜଳଜଳ। ଗତକାଲି ଶଙ୍ଖ ଭବନରେ ହଙ୍ଗାମା ପରେ ଆଜି ପୂର୍ବତନ ମନ୍ତ୍ରୀ ଅଶୋ