ଜୟପୁରରେ ୧୦୦ ମହିଳାଙ୍କୁ ଆବର୍ଜନା ଯୋଗାଉଛି ରୋଜଗାର
by Argus News
Fri, Sep 20 | 7:05 p.m.

ଅର୍ଗସ ବ୍ୟୁରୋ:ଆବର୍ଜନା କଥା ଶୁଣିଲେ ସଭିଏଁ ନାକ ଟେକନ୍ତି କିନ୍ତୁ ସେହି ଆବର୍ଜନା ଦେଇଛି ରୋଜଗାର କଥାଟା ଶୁଣିବାକୁ ଅଡୁଆ ଲାଗିଲେ ବି ସତ। କୋରାପୁଟ ଜିଲ୍ଲା ଜୟପୁରର ୧୦୦ ମହିଳାଙ୍କୁ ରୋଜଗାର ଦେଇଛି  ଆବର୍ଜନା। ସ୍ଵଛ ଭାରତ ମିସନରେ ସ୍ଵାବାଲମ୍ବି ହୋଇଛନ୍ତି ମହିଳା। ଅଳିଆକୁ ରିସାଇକ୍ଲିଂ କରି ଏହି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି। ଆବର୍ଜନା ରୁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଜୈବିକ ସାର। ପ୍ରତ୍ୟେକ ଦିନ ଅଳିଆ ଆବର୍ଜନାକୁ ଗୋଟିଏ ୱେଷ୍ଟ ସେଣ୍ଟରରେ ଏକତ୍ରିତ କରାଯାଇ ତାକୁ ପ୍ରଥମେ ବିଭାଜିକରଣ କରାଯାଉଛି। ପରେ ସେଥିରୁ ପଲିଥିନ, ବୋତଲ, କାଗଜ ଓ ପରିବାକୁ ବଛା ଯାଉଛି। ପରେ ଏ ସବୁକୁ ପୌର ପାଳିକା ତରଫରୁ କରାଯାଇଥିବା ୱେଷ୍ଟ ସେଣ୍ଟର ଭିତରେ ଥିବା ବିଭିନ୍ନ କୁଣ୍ଡରେ ପକାଯାଉଛି,ପର୍ଯ୍ୟାୟ କ୍ରମେ ପ୍ରୋସେସିଂକରି ଖତ ପ୍ରସ୍ତୁତ କରାଯାଇ ବଜାରରେ କରାଯାଉଛି ବିକ୍ରି । ଏଭଳି କରି ଲାଭବାନ ହେଉଛନ୍ତି ଜୟପୁର ସହରର ଅନେକ ଏସଏସଜି ମହିଳା,ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6