ଛତିଶଗଡ଼ ବସ୍ତରରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
by Argus News
Fri, Jul 19 | 11:26 a.m.

ଅର୍ଗସ ବ୍ୟୁରୋ : ଛତିଶଗଡ଼ ବସ୍ତରରେ ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ବସ୍ତର ଜିଲ୍ଲାର ତୁମ ନାର୍, ପିଡ଼ିଆ, ତାମୋଡ଼ିର ପାଖାପାଖି ଜଙ୍ଗଲ ଅଞ୍ଚଳରେ ଲାଲ ବାହିନୀର ଦରଭା ଡିଭିଜନ DVCM ସଚିବ ଜଗଦୀଶ ଓ ପଶ୍ଚିମ ବସ୍ତର ଡିଭିଜନର କମ୍ପାନୀ ନମ୍ବର ୨ ର DVCM କମାଣ୍ଡର ବେଲ୍ଲାର ଉପସ୍ଥିତି ସୂଚନା ପାଇ ୧୬ ତାରିଖଠାରୁ ଦନ୍ତେୱାଡା, ବିଜାପୁର, ସୁକମା ଜିଲ୍ଲାର DRG, BASTAR FIGHTER, STF, CRPF, COBRA ଓ CRPF ବାହିନୀଙ୍କ ମିଳିତ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ଲାଲବାହିନୀ ଯବାନଙ୍କୁ ଆମ୍ବୁସ କରି ଅଚାନକ ଗୁଳିଚାଳନ କରିଥିଲେ। ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମହିଳା ମାଓବାଦୀ ନିହତ ହୋଇଛି । ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଅଧିକ ପଢନ୍ତୁ : ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ, ୮ ନକ୍ସଲ ନିପାତ

ପୂର୍ବରୁ ପୋଲିସ-ମାଓବାଦୀ ଗୁଳି ବିନିମୟରେ ୮ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।ଅପରେସନ ସମୟରେ ଅବୁଜମାଡର ଘଞ୍ଚ ଜଙ୍ଗଲ ମଧ୍ୟରେ ଗୁଳ ବିନିମୟ ହୋଇଥିଲା । ଫଳରେ 8 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା