ରୁଲବୁକର ନିୟମ ଭାଙ୍ଗିଛି ମେଟା !
by Argus News
Wed, Jul 03 | 2:58 p.m.

ଅର୍ଗସ ବ୍ୟୁରୋ: ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହିଁ ହେଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ। ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ। ଆଉ ଏହି ଅଦୃଶ୍ୟ ଦୁନିଆରେ ଥରେ ପାଦ ରଖିଲେ ଆଉ ବାହାରିବାକୁ ଇଚ୍ଛା ହେବ ନାହିଁ। ତେବେ ଏସବୁ ଭିତରେ ସୋସିଆଲ ମିଡିଆ ପ୍ଲଟଫର୍ମ କମ୍ପାନୀ ମେଟାର ବଢ଼ିପାରେ ଅଡୁଆ। ୟୁଜର୍ସଙ୍କ ସହିତ ବଡ ଧୋକା କରିଛି ମେଟା। ଫେସବୁକ ଏବଂ ଇନଷ୍ଟାଗ୍ରାମ ସେମାନଙ୍କ ଉପଭୋକ୍ତାଙ୍କୁ ଦୁଇଟି ବିକଳ୍ପ ଦେଇଛି, ପ୍ରଥମ ବିକଳ୍ପରେ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଦେଖିବାକୁ ପଡିବ ସେହିପରି, ଦ୍ୱିତୀୟ ବିକଳ୍ପରେ ଟଙ୍କା ଦେଇ ବିଜ୍ଞାପନ ଅପସାରଣ କରିବାକୁ ବିକଳ୍ପ ରହିଛି।

କିନ୍ତୁ ୟୁଜର୍ସଙ୍କ ବିନା ଅନୁମତିରେ ପ୍ଲାଟଫର୍ମରେ ବ୍ୟକ୍ତିଗତ ବିଜ୍ଞାପନ ଦେଖାଇବା ଆରମ୍ଭ କରିଛି ମେଟା। ଏଥିପାଇଁ କମ୍ପାନୀକୁ ଦେବାକୁ ପଡିପାରେ ଜୋରମାନା। ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲବୁକର ନିୟମ ଭାଙ୍ଗିଥିବା ନେଇ ହୋଇଛି ଅଭିଯୋଗ। ୟୁରୋପୀୟ ୟୁନିଅନର ସର୍ବୋଚ୍ଚ ନ୍ୟାୟାଳୟ ଉପଭୋକ୍ତାମାନଙ୍କର ଗୋପନୀୟତା ଏବଂ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ନୂଆ ନିୟମ ପ୍ରଣୟନ କରିଥିଲେ। ଏଭଳି ପରିସ୍ଥିତିରେ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ବିଜ୍ଞାପନ ଦେଖାଇବାକୁ ବ୍ୟବହାରକାରୀଙ୍କଠାରୁ ଅନୁମୋଦନ ନେବାକୁ ପଡିବ। କିନ୍ତୁ ମେଟା 'ଦେୟ ବା ଅନୁମୋଦନ ' ନିୟମ ଭାଙ୍ଗିଛି।

ମେଟା ନଭେମ୍ୱରରୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବିଜ୍ଞାପନ ଡିଲିଟ୍‌ କରିବାର ବିକଳ୍ପ ପ୍ରଦାନ କରୁଛି। ବିଜ୍ଞାପନ ହଟାଇବା ପାଇଁ ମେଟା ଡେସ୍କଟପ୍‌ ବ୍ୟବହାରମାରୀଙ୍କୁ ମାସକୁ୧୦ ୟୁରୋ ଚାର୍ଜ କରିଥାଏ। ଏଥିସହିତ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉପଭୋକ୍ତାମାନଙ୍କୁ ନିଜ ପସନ୍ଦ ଅନୁଯାୟୀ ତଥ୍ୟ ଉପରେ ଆଧାରିତ ବିଜ୍ଞାପନ ଡିଲିଟ୍‌ କରିବାକୁ ମାସକୁ ୧୩ ୟୁରୋ ଦେୟା ଦେବାକୁ ପଡିଥାଏ।ୟୁରୋପୀୟ କମିଶନ କହିଛନ୍ତି ଯେ ମେଟାର ମଡେଲ୍‌ ବ୍ୟବହାରକାରୀଙ୍କୁ ମୁକ୍ତ ଭାବେ ଅନୁମୋଦନ କରିବାର ଅଧିକାର ଦେଇନି। ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍‌ ଇତ୍ୟାଦି ଅନେକ ମେଟା ପ୍ଲାଟଫର୍ମରେ ଉପଭୋକ୍ତାମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ଆଧାର କରି ବିଜ୍ଞାପନ ଦେଖାଇବାକୁ ଅନୁମୋଦନ ନେବା ଜରୁରୀ।

 

ଆୟୋଗ କହିଛି ଯେ, ମେଟାର ମଡେଲ ଉପଭୋକ୍ତାମାନଙ୍କୁ ସବୁ ପ୍ଲାଟଫର୍ମରେ କମ୍‌ ବ୍ୟକ୍ତଗତ ହେବାର ସୁଯୋଗ ଦେଇନଥାଏ। ମେଟାକୁ ବର୍ତ୍ତମାନ ଆୟୋଗକୁ ଏହାର ଉତ୍ତର ଦେବାକୁ ପଡିବ। ଏଥିସହିତ, କମ୍ପାନୀକୁ ବିଶ୍ୱ ରାଜସ୍ୱର ୧୦ ପ୍ରତିଶତ ଜରିମାନା ଦେବାକୁ ପଡିବ। ଏ ଖବର ପରେ ସୋସିଆଲ ମିଡିଆ ବ୍ୟବହାକାରୀଙ୍କ ଉପରେ ପଡିଛି ବଡ ଚିନ୍ତା।

ଅଧିକ ପଢ଼ନ୍ତୁ ବିଦେଶ ଖବର: 


 

କୁସୁମା ପ୍ରୋଜେକ୍ଟ
ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍
ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭା
ସୁଧା ମୂର୍ତ୍ତି
ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି
ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁର
ଡେଙ୍ଗୁ
ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟର