ସୁନାବେଶ ପାଇଁ ଟ୍ରାଫିକ ତରଫରୁ ବ୍ୟାପକ ବ୍ୟବସ୍ଥା 
by Argus News
Wed, Jul 17 | 6:58 a.m.

ପୁରୀ:  ସୁନାବେଶ ପାଇଁ ଟ୍ରାଫିକ ତରଫରୁ ବ୍ୟାପକ ବ୍ୟବସ୍ଥା। ସୂଚନା ଦେଲେ ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଦୟାଲ ଗ୍ୟାଙ୍ଗ୍ବୱାର । ରଥଯାତ୍ରା, ବାହୁଡ଼ା ଯାତ୍ରା ଭଳି ସୁନାବେଶରେ ମଧ୍ୟ AI DRONE ମାଧ୍ୟମରେ ଭିଡ ନିୟନ୍ତ୍ରଣ କରାଯିବ । ଡାଇନାମିକ ଡାଇଭର୍ସନ ଟାକ୍ଟିସ୍ ଆପଣାଇ ଶୀଗୁଣ୍ଡିଚା ଓ ବାହୁଡା଼ଯାତ୍ରାରେ ମଧ୍ୟ ମିଳିଥିଲା ସଫଳତା । ତେବେ ପିପିଲି ଟୋଲ୍ ଗେଟ୍ ,ସତ୍ୟବାଦୀ ,ମାଳତିପାଟପୁର ରେ AI DRONE ମାଧ୍ୟମରେ ନଜର ରଖାଯିବ । ଯାନବାହାନ ଭିଡ ଓ ପାର୍କିଂ ସ୍ଥିତିକୁ ନଜରରେ ରଖି ଆଗୁଆ ଟ୍ରାଫିକ ଗୁଡ଼ିକୁ ଡାଇଭର୍ଟ କରାଯିବ ।ପବ୍ଲିକ ଆନାଉନସ ଡ୍ରୋନ ମାଧ୍ୟମରେ ଲୋକଙ୍କୁ ସୂଚନା ଦିଆଯିବ କହିଛନ୍ତି ଏଡି ଜି ।

ସେଇଭଳି ସମଙ୍ଗ,ମାଟି ତୋଟା ,ଜେବି ପିସି ,ଗଦାଧର ହାଇସ୍କୁଲ ଆଦି ସ୍ଥାନରେ ପାର୍କିଂ ରହିବ । ଏକା ସାଙ୍ଗରେ ୫ ହଜାର ଗାଡ଼ି ମଧ୍ୟ ରହିପାରିବ । ସେପଟେ ଶ୍ରିସେତୁ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ଫିଟ୍ ରହିଛି ।ତେବେ ସମଙ୍ଗ ପାର୍କିଂ ଠାରୁ ଲୋକଙ୍କୁ ଫ୍ରି ବସ୍ ସେବା ମାଧ୍ୟମରେ ବଡ଼ଦାଣ୍ଡ କୁ ଯିବା ରୁଟ ରେ ଛାଡି ଦିଆଯିବ । ସିମଲେସ ଓ ସହଜ ଅବାଧ ଦର୍ଶନ ପାଇଁ ଟ୍ରାଫିକ ତରଫରୁ ଯାହା ଯାହା ସବୁ ବ୍ୟବସ୍ଥା ଆବଶ୍ୟକ ତାହା କରାଯାଇଛି କହିଛନ୍ତି ଶ୍ରୀଯୁକ୍ତ ଗଙ୍ଗୱାର ।

ହରିୟାଣା ନିର୍ବାଚନ
13m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
22m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
52m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ