ଟୋପେ ପାଣି ପାଇଁ ଡହଳବିକଳ ଫାନିଆ ପଞ୍ଚାୟତବାସୀ
by Argus News
Sat, Apr 13 | 6:03 p.m.

ଅର୍ଗସ ବ୍ୟୁରୋ: ମିଛ ପ୍ରତିଶ୍ରୁତିର ପାହାଡ ଗଦାରେ ବିଜେଡ଼ି ସରକାର। ଲୋକକୁ ଦେଇଚାଲିଛନ୍ତି ମିଛ ପ୍ରତିଶ୍ରୁତି ଓ ଲୋକଦେଖାଣିଆ ମାଳ ମାଳ ଯୋଜନା। ଖରା ଗଲା, ବର୍ଷା ଗଲା, ଶୀତ ଗଲା ପୁଣି ଖରା ଆସିଲା କିନ୍ତୁ ଲୋକେ ଶୋଷ ମେଣ୍ଟାଇ ପାରିଲେନି। କେମିତି ଶୋଷ ମେଣ୍ଟିବ ଦେଖନ୍ତୁ ଏ ପାଣିଟାଙ୍କିକୁ ବର୍ଷ ବର୍ଷ ହେବ ଏପରି ଛିଡା ହୋଇଛି। ଗୋଟିଏ କି ଦୁଇଟି ଗାଁରେ ନୁହଁ ପଞ୍ଚାୟତ ସାରା ଏପରି ପାଣିଟାଙ୍କି ଛିଡା ହୋଇଛି ଲୋକଦେଖାଣିଆ । 

ଏ ଚିତ୍ର ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଫାନିଆ ପଞ୍ଚାୟତର। ବସୁଧା ଡିଣ୍ଡିମ ଫେଲ। ପ୍ରଚାର ପ୍ରସାରରେ ସୀମିତ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଟୋପେ ପାଣିପାଇଁ ଡହଳ ବିକଳ ପଞ୍ଚାୟତ ବାସୀ। ବସୁଧା ଯୋଜନାରୁ କୋଷ ଦୂରରେ ଫାନିଆ ପଞ୍ଚାୟତ ବାସୀ।
ବସୁଧା ଯୋଜନାରେ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଦେବେ ବୋଲି ସରକାର କହୁଛନ୍ତି। କିନ୍ତୁ ପ୍ରଚାର ପ୍ରସାର ସବୁ କାଗଜ କଲମରେ ସିମୀତ ଯାହା ଏ ଚିତ୍ର ବୟାନ କରୁଛି ଦେଖନ୍ତୁ ପିକରି ଗାଁ କୁ ଗାଁ, ଘରକୁ ଘର ପାଇପ୍ ବିଛାହୋଇଛି ଲୋକ ଦେଖାଣିଆ। ବର୍ଷ ବର୍ଷ ଧରି ଲୋକେ ଚାତକ ପରି ଚାହିଁ ବସିଛନ୍ତି କେବେ ପାଇପରେ ପାଣିଆସିବ ।  ମୁଣ୍ଢାକଟା ଓ ସାଲସାହି ଗ୍ରାମରେ ଛିଡା ହୋଇଥିବା ପାଣିଟାଙ୍କି ଦେଖନ୍ତୁ । ଗ୍ରାମବାସୀଙ୍କ ବହୁ ଅଭିଯୋଗ ପରେ ପାଣିଟାଙ୍କି କାର୍ଯ୍ୟ ଆରମ୍ଭ ହୋଇଥିଲା, ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ବିତିଗଲା ସେହିପରି ପାଣିଟାଙ୍କି ଛିଡା ହୋଇଛି।

ଖରା ଦିନ ଆସିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ବଡଢେଙ୍କିଆ, ତେଣ୍ଟପୋଷି, ଜମ୍ଭିରାପାଳ, ଡୁମୁରୁଡ଼ିହା , ବଣଗାଁ, କୁଣ୍ଡିଆଶୋଲ, ଚକଚକିଆ, ମଣ୍ଡା, ଗଣ୍ଡାଖାଲ ଆଦି ଗ୍ରାମରେ ପାଣି ଟାଙ୍କି ଛିଡାହୋଇଛି। ନିର୍ବାଚନ ପାଖେଇ ଆସିବାରୁ ଭୋଟ ହାତେଇବାକୁ  ବିଜେଡି ସରକାରର ବଡ଼ ଚାଲ। ତେବେ ଗ୍ରାମାଞ୍ଚଳରେ ବସୁଧା ଯୋଜନା ସମ୍ପୁର୍ଣ୍ଣ ଫେଲ ମାରିଛି କହିଲେ ବି କିଛି ଭୂଲ ହେବନି।
କେବେ ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ପାଖରେ ସରକାର ଶୁଦ୍ଧ ପାନୀୟଜଳ ଯୋଗାଇ ଦେବ ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ