ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣାରେ ସ୍ଥାନୀୟ ଚାଷୀ
by Argus News
Tue, Aug 13 | 3:03 p.m.

ଯାଜପୁର: ମୃତବ୍ୟକ୍ତିଙ୍କ ନାମରେ ଉଠା ଯାଇଛି କୃଷି ଋଣ । ମୃତ୍ୟୁର 108 ଦିନ ପରେ ସମ୍ପୃକ୍ତ ମୃତକଙ୍କ ନାମରେ ଉଠାଯାଇଛି କୃଷି ଋଣ । ଯାହାକୁ ବିରୋଧ କରି ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଛନ୍ତି ବୋର୍ଡ ସଦସ୍ୟ ଓ ସ୍ଥାନୀୟ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପ୍ରାଥମିକ କୃଷି ସମବାୟ ସମିତିରେ ।  

ଅଭିଯୋଗ ମୁତାବକ ବଡକୁଆଁଲ ଗ୍ରାମର ପଞ୍ଚାନନ ମଲ୍ଲିକ ନାମକ ଜଣେ ଚାଷୀଙ୍କର 12 ଜୁନ 2023 ମସିହାରେ ମୃତ୍ୟୁ ଘଟିଥିଲା ।  27 ସେପ୍ଟେମ୍ବର 2023 ମସିହାରେ ତାଙ୍କ ନାମରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ତାଙ୍କର ଜାଲ ଦସ୍ତଖତ କରି ଚେକ ମଧ୍ୟ୍ୟମରେ 11500 ଟଙ୍କା ଋଣ ଉଠା ଯାଇଥିଲା । ଯାହା ବିଷୟରେ ପଞ୍ଚାନନ ମଲ୍ଲିକଙ୍କ ପରିବାର ପାଖରେ ଏହାର କୌଣସି ଖବର ନାହିଁ । କେବଳ ପଞ୍ଚାନନ ମଲ୍ଲିକ ନୁହଁନ୍ତି ଏମିତି ଅନେକ ଚାଷୀଙ୍କ ନାମରେ ଋଣ ଉଠାଇଛନ୍ତି ସମବାୟ ସମିତିର ସଭାପତି ଓ ସମ୍ପାଦକ । 

ଏହା ଛଡା ଚାଷୀମାନଙ୍କ ଠାରୁ ଋଣ କରାଇ ଦେବାପାଇଁ ନେଉଛନ୍ତି ମୋଟା ଅଙ୍କର ଅର୍ଥ । ତେଣୁ ଏହାର ସଠିକ ତଦନ୍ତ କରାଯାଇ ଦୁର୍ନୀତି କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ସଦସ୍ୟ ଓ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

HOROSCOPE
8m ago
ଆଜି ଦିନଟି କେମିତି କଟିବ ଦେଖନ୍ତୁ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ପଢନ୍ତୁ... ମେଷ- ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକ
ଶପଥ ନେବେ ଅତିଶୀ
14m ago
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକା
ଆମେରିକା ଗସ୍ତ
53m ago
ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି
ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେ