କପା ବିକିବା ପାଇଁ ମଣ୍ଡିର ବ୍ୟବସ୍ଥା ନାହିଁ
by Argus News
Mon, Dec 04 | 3:38 p.m.

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ଏବେ ଚାଲିଛି କପା ଅମଳର ସମୟ । ଚାଷୀ ମାନେ କପା ତୋଳି ସଂଗ୍ରହ କରିବାରେ ବ୍ୟସ୍ତ। ଧାନ ଚାଷ ଅପେକ୍ଷା କପାରେ ଅଧିକ ଲାଭ ହେଉଥିବାରୁ ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାରେ କପା ଚାଷକୁ ଚାଷୀ ଆଦରି ନେଉଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ କପା ଅମଳ ବି ଭଲ ହୋଇଛି। ହେଲେ ଜିଲ୍ଲାରେ କପା ବିକିବା ପାଇଁ କୌଣସି ମଣ୍ଡିର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଚାଷୀ ପଡୋଶୀ ସୋନପୁର ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ମଣ୍ଡି ଉପରେ ନିର୍ଭର କରୁଛନ୍ତି। ଅନେକ ଚାଷୀ କମ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି । ଚଳିତ ବର୍ଷ କପାରେ ରୋଗ ପୋକ ଯୋଗୁଁ ଉତ୍ପାଦନ କମିଥିବା ବେଳେ ଏବେ ମଣ୍ଡି ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି।

ଜିଲ୍ଲାରେ ଏବର୍ଷ  ୬୭୬୩ ହେକ୍ଟର ଜମିରେ କପା ଚାଷ ହୋଇଛି । ସେଥି ମଧ୍ୟରୁ ବୌଦ୍ଧ ବ୍ଲକରେ ୩୨୯୧ହେକ୍ଟର, କଣ୍ଟାମାଲ ବ୍ଲକରେ ୩୨୩୦ ହେକ୍ଟର, ଓ ହରଭଙ୍ଗା ବ୍ଲକରେ ୨୪୨ ହେକ୍ଟର ଜମିରେ କପା ଚାଷ  ହୋଇଥିବା ଜଣାପଡିଛି। କପାର ସରକାରୀ ଦର କ୍ୱିଣ୍ଟାଲ ପିଛା ୬୧୨୦ ରୁ ୮୨୨୦ ଟଙ୍କା ରହିଛି। ହେଲେ ଚାଷୀ ମାନେ ଏଇ ଦର ନ ପାଇ ୫୦୦୦ରୁ ୫୫୦୦ ମଧ୍ୟରେ ବିକ୍ରି କରୁଥିବା କହିଛନ୍ତି। ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି ମଣ୍ଡି ବ୍ୟବସ୍ଥା କରାଯାଉନାହିଁ । 

ତେବେ ଜିଲ୍ଲାରେ କେବେ କପା ମଣ୍ଡି ଖୋଲୁଛି ଓ ଉପଯୁକ୍ତ ଦରରେ ବିକ୍ରି ହେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା। ଯଦି ଖୁବ୍ ଶୀଘ୍ର ତାହା ନହୁଏ ଆଗାମୀ ଦିନରେ ଚାଷୀ କପା ଚାଷ ପ୍ରତି ମୁହଁ ଫେରାଇଦେବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ