ଧୁମ୍ ମଚାଇବ 'ଫାଇଟର', ଆସିଲା ଫିଲ୍ମର ପ୍ରଥମ ଟିଜର
by Argus News
Sat, Dec 09 | 7:51 a.m.

ଅର୍ଗସ ବ୍ୟୁରୋ : ଅନେକ ଦିନ ପରେ ବଡ଼ ପରଦାକୁ ଫେରୁଛନ୍ତି ବଲିଉଡ ଷ୍ଟାର ହ୍ରିତିକ ରୋଶନ । ପୁଣି ଥରେ ବଡ଼ ପରଦାରେ ମଚାଇବେ ଧୁମ୍ । ତାଙ୍କ ଅଭିନିତ ସିନେମା ‘ଫାଇଟର’ର ପ୍ରଥମ ଟିଜର ଜାରି କରାଯାଇଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜରେ ଆସିବେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି । 

ଏହି ଫିଲ୍ମରେ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ଗୁରୁତ୍ବ ଦିଆଯାଇଛି । ୧ ମିନିଟ ୧୪ ସେକେଣ୍ଡର ଏହି ଟିଜରର ଆରମ୍ଭରେ ଏୟାରଫୋର୍ସ ଫାଇଟର ଜେଟର ଝଲକ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଆକ୍ସନ ସିନରେ ଭରପୁର ଟିଜର ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ‘ୱାର’ ଏବଂ ‘ପଠାନ’ର ସଫଳତା ପରେ ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ଜାନୁଆରୀ ୨୬ରେ ରିଲିଜ ହେବକୁ ଯାଉଛି ଏହି ଫିନ୍ମ ।

ଉଚ୍ଚ ଜୁଆର
2m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
5m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ