ଅଧ ରାତିରେ ବୁନୁ-ବାୟାଁ ଗୋଷ୍ଠୀ ମାରପିଟ୍‌ : କଥା ପହଞ୍ଚିଲା ଥାନାରେ
by Argus News
Thu, Apr 04 | 11:36 a.m.

ଅର୍ଗସ ବ୍ୟୁରୋ:  ରାତିଅଧରେ ବାୟାଁ-ବୁନୁ ଗୋଷ୍ଠୀ ମୁହାଁମୁହିଁ । ଭୁବନେଶ୍ୱର କେଶରୀ ହଲ୍‌ ପାଖରେ ଉଭୟ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ କର୍ମୀଙ୍କୁ କିଛି ଯୁବକ ଟିକେଟ ନେଇ କମେଣ୍ଟ କରିଥିଲେ । ପରେ ଅମରେଶ ଜେନା ପହଂଚି କିଏ କମେଣ୍ଟ କରିଛି ବୋଲି ପାଟିତୁଣ୍ଡ କରିଥିଲେ ।

ଏତିକିରେ ବିରୋଧୀ ଗୋଷ୍ଠୀର 10 ଜଣ ଯୁବକ ଆସି ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିଥିଲେ । ପିସିଆର ଆସି ଉଭୟ ଗୋଷ୍ଠୀଙ୍କୁ ବୁଝାଇ ସ୍ଥିତି ନିୟନ୍ତ୍ରଣ କରିଥିଲା । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଉଭୟ ବାୟା-ବୁନୁ ଟିକେଟ୍ ନେବାକୁ ନେଇ ନବୀନ ନିବାସ ଆଗରେ ଲଗାଉଛନ୍ତି ଭିଡ଼ । ଗତକାଲି ବିଜେଡି ପକ୍ଷରୁ ଟିକେଟ୍ ଘୋଷଣା ହୋଇଥିଲେ ବି ଭୁବନେଶ୍ୱର ମଧ୍ୟ ପାଇଁ ଏବେ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ