ଶେଷରେ ପିଏମଶ୍ରୀ ସ୍କୁଲ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ କରିବେ ଚୁକ୍ତି
by Argus News
Thu, Mar 28 | 7:17 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପିଏମଶ୍ରୀ ବିଦ୍ୟାଳୟ ଖୋଲିବା ରାସ୍ତାରୁ ହଟିବାକୁ ଯାଉଛି ବାଧା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଚୁକ୍ତି ପାଇଁ ଶେଷରେ ରାଜି ହୋଇଛନ୍ତି ରାଜ୍ୟ ସରକାର। ଆସନ୍ତା ଶିକ୍ଷା ବର୍ଷରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହେବେ ବୋଲି କୁହାଯାଇଛି। ପୂର୍ବରୁ ଓଡ଼ିଶାକୁ ଛାଡି ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହ ଏମୟଓୁ ସ୍ବାକ୍ଷର କରିସାରିଛନ୍ତି। କିନ୍ତୁ ବିଜେଡି ସରକାର ଜାଣିଶୁଣି ବିଳମ୍ବ କରିବା ଯୋଗୁଁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖରେ ବିଳମ୍ବରେ ପହଞ୍ଚିବ ଏହି ଯୋଜନାର ଫାଇଦା।

ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତିନି ତିନି ଥର ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଲେଖିଥିଲେ ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ବ ନେବ। ତେଣୁ ପିଏମଶ୍ରୀ ସ୍କୁଲ ପାଇଁ ରାଜ୍ୟରେ ଏମଓୟୁ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅପିଲ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

ସାରା ଦେଶରେ ପିଏମଶ୍ରୀ ସ୍କୁଲକୁ ନେଇ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା। ସମସ୍ତେ ଚାହୁଁଛନ୍ତି ନିଜ ଅଞ୍ଚଳରେ ହେଉ  ପିଏମଶ୍ରୀ ବିଦ୍ୟାଳୟ। ସାରା ଦେଶରେ ମୋଟ୍ ୨୭ ହଜାର ୩୬୦ କୋଟି ଟଙ୍କା ମୂଲ୍ୟରେ ୧୪ ହଜାର ୫୦୦ରୁ ଅଧିକ ସ୍କୁଲକୁ ଏହି ପିଏମ ଶ୍ରୀ ଯୋଜନାରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର। ଯେଉଁଥିରେ ଓଡ଼ିଶାରେ ୮୦୦ ସ୍କୁଲ ପାଇଁ ୧୬ ଶହ କୋଟି ଖର୍ଚ୍ଚ କରାଯିବାର ଆକଳନ କରାଯାଇଛି । କିନ୍ତୁ ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଖୋଲିଲେ କାଳେ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଜାଣିଶୁଣି ରାଜ୍ୟ ସରକାର ଚିକ୍ତି କରିବାରେ ବିଳମ୍ବ କରିଥିବା ନେଇ ହୋଇଛି ଅଭିଯୋଗ।  ସାରା ଦେଶରେ ୨୦ ଲକ୍ଷ ପିଲାଙ୍କୁ ଏହାର ଲାଭ ମିଳିବାକୁ ଥିବା ବେଳେ ଓଡ଼ିଶା ପିଲା କେବଳ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ପଛରେ ପଡ଼ିଯାଇଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ପ୍ରଧାନମନ୍ତ୍ରୀ
37m ago
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
40m ago
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ
ଅଦ୍ରିଜା ସିଂହଦେଓ
52m ago
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟ