ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଦୁଇଭାଇଙ୍କ କମାଲ 
by Argus News
Wed, Sep 18 | 6:06 p.m.

କଟକ:  ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଦୁଇଭାଇଙ୍କ କମାଲ । କଟକ ଏସ୍ ଆର ଚେସ୍ ସେଣ୍ଟର ପକ୍ଷରୁ ଫୁଲନଖରା ସ୍ଥିତ ଗ୍ରାଣ୍ଡ ବଜାର ପରିସରରେ ହୋଇଛି ପ୍ରତିଯୋଗିତା । ପ୍ରଥମ ଗ୍ରାଣ୍ଡ ମିନି ସିଟି ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଯାଜପୁରର ଦୁଇ ଜାଁଳା ଭାଇ ପ୍ରିୟାଂଶ ଦାସ ଓ ଶ୍ରୀୟାଂଶ ଦାସ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ ହୋଇଛନ୍ତି । ପ୍ରିୟାଂଶଙ୍କୁ୧୫ ହଜାର ନଗଦ ଅର୍ଥ ସହ କିଙ୍ଗ ଟ୍ରଫି ଏବଂ ଶ୍ରୀୟାଂଶଙ୍କୁ ୧୦ ହଜାର ନଗଦ ଅର୍ଥ ସହ କୁଇନ ଟ୍ରଫି ପ୍ରଦାନ କରିଛନ୍ତି ମୁଖ୍ୟ ଅତିଥି ଓଡିଶା ହାଇକୋର୍ଟ ବିଚାରପତି ଭି. ନରସିଂହ ।

ପ୍ରତିଯୋଗିତାରେ ୫୦ ଜଣ ଫିଡେ ରେଡେଡ ଖେଳାଳି, ୬୦ ଜଣ ବାଳିକା ପ୍ରତିଯୋଗୀଙ୍କ ସହ ଶତାଧିକ ସ୍କୁଲର ୨୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତାର ଶେଷ ରାଉଣ୍ଡରେ ପ୍ରଥମ ଟେବୁଲରେ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷପୂର୍ଣ୍ଣ ଲଢ଼େଇ । ଦୁଇ ଭାଇ ପ୍ରଥମ ଦୁଇ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ କେନ୍ଦ୍ରାପଡ଼ାର ଉଦୟମାନ ଖେଳାଳି ଆୟୂଷ ଆରଣ ମହାପାତ୍ର ରହିଥିଲେ । ତାଙ୍କୁ  ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି । 

ଅଧିକ ପଢନ୍ତୁ ଓଡିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ