ସର୍ଟସର୍କିଟରୁ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା 4 ବଖରା ଘର
by Argus News
Thu, Feb 08 | 11:27 a.m.

କେନ୍ଦ୍ରାପଡା:  ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା 4 ବଖରା ଘର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଦଶିପୁର ପଞ୍ଚାୟତର ଦଶିପୁର ଗ୍ରାମରେ l ଗ୍ରାମର ଯୁଧିଷ୍ଠିର ମଲିକ ଓ ରତ୍ନାକର ମଲ୍ଲିକଙ୍କ ପରିବାର ଶୋଇଥିବାବେଳେ ରାତି ପ୍ରାୟ 12 ଟା ସମୟରେ ଘରେ ହଠାତ ନିଆଁ ଲାଗି ଯାଇଥିଲା l 

ନିଆଁର ଭୟାବହତା ଏତେ ମାତ୍ରାରେ ଥିଲା ଯେ ଚାହୁଁ ଚାହୁଁ ଅଗ୍ନିକାଣ୍ଡରେ ଦୁଇ ପରିବାରର 4 ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏଥିରେ ଦୁଇ ପରିବାରର ସମସ୍ତ ଆସବାବପତ୍ର , ଖାଦ୍ୟ ସାମଗ୍ରୀ, ଧାନ, ଚାଉଳ ସହିତ ନଗଦ ଟଙ୍କା ମଧ୍ୟ ଜଳିପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ପିନ୍ଧାବସ୍ତ୍ର ବ୍ୟତୀତ ଅନ୍ୟ କିଛି ଉଦ୍ଧାର କରି ପାରିନାହାନ୍ତି । ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ