ଆଜି ପହିଲି ରଜ, ଚଳଚଞ୍ଚଳ ଗାଁଠୁ ସହର...
by Argus News
Fri, Jun 14 | 7:41 a.m.

ଅର୍ଗସ ବ୍ୟୁରୋ: ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ। ଗାଁଠୁ ସହର ଏନେଇ ଚାରିଆଡ଼େ ଉତ୍ସାହ। ସଜେଇ ହେଉଛନ୍ତି ଯୁବତୀ। ରାଜଧୀନୀରେ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ।ସେପଟେ ପାନ୍ଥନିବାସରେ ବ୍ୟାପକ ବ୍ୟବସ୍ଥା। ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର ମଜା । ନୂଆ ପୋଷାକ, ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜ ହେଉଛନ୍ତି ଓଡ଼ିଆଣୀ। ସେପଟେ ଘରେ ପୋଡପିଠା, ମଣ୍ଡା, ଏଣ୍ଡୁରୀ, ଚକୁଳି, ଆରିସା ଇତ୍ୟାଦି ପିଠା ସାଙ୍ଗକୁ ମିଠାର ବାସନାରେ ଗାଁ ଦାଣ୍ଡ ମହକି ଉଠୁଛି । ଏସବୁ ପରେ ରଜପାନ ପର୍ବକୁ ସମ୍ପୂର୍ଣ୍ଣ ନିଆରା କରି ଦେଇଛି । ଏହି ରଜ ପର୍ବ ୩ ଦିନ ଧରି ପାଳିତ ହେଉଥିବାବେଳେ ଛୋଟ ଛୁଆଠୁ ବୁଢା ବୁଢି ଯାଏ ସମସ୍ତେ ଖୁସିର ସହ ଏହି ପର୍ବ ପାଳନ କରିଥାନ୍ତି ।

କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ରଜ ପବ ବେସ ଧୁମ୍ ଧାମରେ ପାଳିତ ହେଉଛି । ରାଜ୍ୟ ବାହାରେ ତଥା ଦେଶ ବାହରେ ଥିୁବା ପ୍ରବାସୀ ଓଡିଆ ମାନେ ସେଠାରେ ମଧ୍ୟ ରଜ ପର୍ବ ପାଳନ କରିଛନ୍ତି । ଆଜି ପହିଲି ରଜ, ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ରଜଗୀତ ଶୁଭୁଛି, ଘରେ ଘରେ ପିଠାପଣାରେ ଆସର ଜମିଛି । ପୃଥିବୀମାତାଙ୍କ ଉପାସନା ସହିତ ନାରୀଜାତିକୁ ସମ୍ମାନ ପାଇଁ ପାଳନ ହୁଏ ରଜ ପର୍ବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର