ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକରେ ବିଶାଳ ପଦଯାତ୍ରା
by Argus News
Tue, Sep 17 | 9:45 a.m.

ଅର୍ଗସ ବ୍ୟୁରୋ:  ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ସହରରେ ଇସଲାମ ଧର୍ମାବଲମ୍ବୀମାନେ ଜୁଲୁସ ବା ବିଶାଳ ପଦଯାତ୍ରା ଆୟୋଜନ କରିଥିଲେ। କଟକ ସହରର ବିଭିନ୍ନ ସାହି କମିଟି, ମହଲ୍ଲା କମିଟି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଭାଇଚାରାର ସହରରେ ହଜାର ହଜାର ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ହାତରେ ମହମ୍ମଦଙ୍କ ବାଣୀ ଓ ଇସଲାମ ଧର୍ମୀୟ ପତାକା ଧରି ସମସ୍ତେ ପଦଯାତ୍ରାରେ ସାମିଲ ହୋଇଥିଲେ। ସବୁ ସାହି ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ବକ୍ସି ବଜାର ଛକରେ ଏକାଠି ହୋଇ ସୂତାହାଟ ସାହି ଦେଇ ଦରଘା ବଜାର ସ୍ଥିତ କଦମ ଏ ରସୁଲ ପହଞ୍ଚିଥିଲେ। ଏହି ଅବସରରେ ସମସ୍ତେ ପରସ୍ପରକୁ ଶୁଭେଛା ଜଣେଇବା କଦମ ଏ ରସୁଲରେ ପ୍ରାର୍ଥନା କରିଥିଲେ। ଭାଇଚାରାର ସହରରେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଗଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ। ସୁରକ୍ଷା ଦୃଷ୍ଟିରୁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ