ଫ୍ଲିପ୍‌କାର୍ଟର ଧମାକାଦାର ଅଫର୍‌, ଦୀପାବଳିରେ ବଢିଆ ଡିସକାଉଣ୍ଟ
by Argus News
Fri, Oct 18 | 7:11 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗାପୂଜା ଗଲା, କାଳୀପୂଜା ଆସୁଛି । ପାର୍ବଣରେ ବି ଅନଲାଇନ ସପିଂ ରେକର୍ଡ କରିଥିଲା । ଠିକ୍‌ ସେହିପରି ଦୀପାବଳିରେ ବି ରେକର୍ଡ କରିବାକୁ ଯାଉଛି । କାରଣ ଏଥର ଫ୍ଲିପକାର୍ଟରେ ଅଫର ପୁରା ସାନଦାର ହେବାକୁ ଯାଉଛି । ଖୁବଶୀଘ୍ର ଫ୍ଲିପ୍‌ କାର୍ଟରେ ଅଫର ଆରମ୍ଭ ହେବାକୁ ଯାଉଛି । ଇ-କମର୍ସ ପ୍ଲାଟ୍‌ଫର୍ମରେ ଏହି ସେଲ୍‌ର ମାଇକ୍ରୋସାଇଟ୍‌ ଏବେଠୁ ହିଁ ଲାଇଭ୍‌ କରି ଦିଆଯାଇଛି । ଏହାସହ ଶେଷ ତାରିଖ ବି ଘୋଷଣା ହୋଇସାରିଛି । ତେଣୁ ଅନଲାଇନ୍‌ରେ ଯେଉଁମାନେ ସପିଂ କରୁଛନ୍ତି ସେମାନଙ୍କ ପାଇଁ କେବଳ ଫାଇଦା ହିଁ ଫାଇଦା ।

ଦୀୱାଲିର ତୟାରୀ ଆରମ୍ଭ ହୋଇଗଲାଣି ।  କାରଣ ଅନେକ ଗ୍ରାହକ ପାର୍ବଣ ବେଳେ ସାମଗ୍ରୀ କିଣିପାରିନଥିଲେ । କାର୍ଯ୍ୟବ୍ୟସ୍ତତା ହେଉ କି ଟଙ୍କାର ଅଭାବ ହେଉ ମନପସନ୍ଦର ଜିନିଷ କିଣିପାରିନଥିଲେ । କିନ୍ତୁ ଏବେ ପୁଣି ଥରେ ଅଫର୍‌ ଆରମ୍ଭ ହେଉଥିବାରୁ ଜୋରଦାର ସପିଂ ହେବ ବୋଲି ଚର୍ଚ୍ଚା ଚାଲିଛି ।  ସେଲ୍‌ରେ ସ୍କାର୍ଟଫୋନ୍‌ରୁ ନେଇ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ମିଳିବାକୁ ଯାଉଛି । 

ଦିୱାଲୀରେ ମିଳିବାକୁ ଥିବା ଅଫର୍‌ରେ କେବଳ ଏସବିଆଇ କାର୍ଡ କଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବାକୁ ଯାଉଛି । ସେଲ୍‌ରେ ଆଇଫୋନ୍‌, ସାମ୍‌ସଙ୍ଗ୍‌, ଭିଭୋ ସହ ଅନେକ ବ୍ରାଣ୍ଡ୍‌ର ଫୋନ୍‌ ଉପରେ ଆକର୍ଷଣୀୟ ଅଫର୍‌ ମିଳିବ। ଅଫର୍‌ ତ ମିଳିବ କିନ୍ତୁ କେଉଁ ସାମଗ୍ରୀ ଉପରେ କେତେ ମିଳିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । 

ଆଜିକାଲି ସ୍ମାର୍ଟଫୋନ୍‌ ଯୁବପିଢିଙ୍କର କେତେ ଦରକାର ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ଏଥର ଅଫରରେ ସ୍ମାର୍ଟଫୋନ୍‌ରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କେବଳ ସ୍ମାର୍ଟଫୋନ୍‌ କାହିଁକି ବରଂ ସ୍ମାର୍ଟୱାଚ୍‌, ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବି ଆକର୍ଷଣୀୟ ଅଫର ମିଳିବାକୁ ଯାଉଛି । ତେଣୁ ଏବେଠୁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଯେଉଁମାନେ ଚାହିଁବେ ସେମାନେ କିଣିପାରିବେ । ହେଲେ ପୁଣି ଥରେ କହିରଖୁଛୁ କି, SBI କାର୍ଡ ବ୍ୟବହାର କଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବ ।
 

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ