ଏମିତି ଅଛନ୍ତି ଭୋଗରାଇବାସୀ...
by Argus News
Thu, Sep 19 | 12:28 p.m.

ବାଲେଶ୍ୱର:  ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ ଟା ସୁଦ୍ଧା ୧୦.୮୬ ମିଟରରେ ପାଣି ପ୍ରବାହିତ ହେଉଛି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଜଳକା । ସୁବର୍ଣ୍ଣରେଖାରେ ପାଣି କମିଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ହେଲେ ଭୋଗରାଇର ୫୦ ଗାଁ  ପାଣି ଘେରରେ ରହିଛି । ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀରେ ଥିବାରୁ  ଲୋକମାନଙ୍କ ପାଇଁ  ଭୋଗରାଇ ପ୍ରଶାସନ ତରଫରୁ ୬ ଟି ଡଙ୍ଗା, ୨ଟି ଓଡ୍ରାଫ ଟିମ୍ ଓ ଗୋଟିଏ ଅଗ୍ନିଶମ ବିଭାଗକୁ ନିୟୋଜିତ କରିଛି l

ଲୋକଙ୍କୁ ତଳିଆ ଅଞ୍ଚଳରୁ ଆଣି ଉଚ୍ଚ ସ୍ଥାନରେ ରଖାଯାଉଛି । ଅନ୍ୟପଟେ  ମେଡିକାଲ ଟିମ୍ ଗାଁରେ ପହଁଚି ପାଣି ବୋତଲ ,  ଆରଏସ, ଝାଡାବାନ୍ତି , ଜ୍ବର ପାଇଁ ଔଷଧ ବନ୍ୟା ବିପନ୍ନଙ୍କ ଘରକୁ ଘର ଯାଇ ଦେଉଥିବା ଦେଖିବାକୁ ମିଳିଛି । 

ବାରମ୍ବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଯିବାର କାରଣ ହେଉଛି ସୁବର୍ଣ୍ଣରେଖା ସଂସ୍କାର ପ୍ରକଳ୍ପ ଦୀର୍ଘ ଦୀନ ହେବ ହୋଇପାରୁନି । ଯେଉଁଥିପାଇଁ ସୁବର୍ଣ୍ଣରେଖା ନଦୀ କ୍ରମଶଃ ପୋତି ହୋଇଗଲାଣି । କାରଣ ବଶତଃ ଅଳ୍ପ ବର୍ଷାରେ ନଦୀରେ ବନ୍ୟାପରିସ୍ଥିତି ସୃଷ୍ଟି ହେଉଛି । ଏ ଦିଗରେ ବାଲେଶ୍ବର ସାଂସଦ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣରେଖା ସଂସ୍କାର ପାଇଁ ଆଜି ଆଲୋଚନା ହୋଇଛି ଅଳ୍ପ ଦିନରେ ଗୁରୁତ୍ବ ଦିଆଯିବ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ