ଏପ୍ରିଲ ୬ତାରିଖ ଯାଏ ତାତିରୁ ନାହିଁ ନିସ୍ତାର
by Argus News
Fri, Mar 29 | 7:33 p.m.

ଅର୍ଗସ ବ୍ୟୁରୋ:  ଚଳିତ ବର୍ଷ ପ୍ରଥମ ଥର ରାଜ୍ୟର 5 ସହର ତାପମାତ୍ରା ୪୦ ଛୁଇଁଲା । ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା, ନୟାଗଡ଼ର ତାପମାତ୍ରା ଆଜି 40 ଛୁଇଁଛି । ଭୁବନେଶ୍ବର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ଏପ୍ରିଲ ୬ତାରିଖ ଯାଏ ତାତିରୁ ମିଳିବ ନାହିଁ ନିସ୍ତାର । ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଆସନ୍ତା ମାସ ପ୍ରଥମ ସପ୍ତାହ ଯାଏ  ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ଆଜି ଦିନ ୨ଟା ୩୦ ଯାଏ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ୩୮.୪,ରାଉରକେଲା ୩୭.୬,  ସମ୍ବଲପୁର ୩୭.୫ ଡିଗ୍ରୀ ହୋଇଥିବା ବେଳେ ଭୁବନେଶ୍ୱରରେ ୩୭.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । 

ମାର୍ଚ୍ଚ ଶେଷ ସୁଧା ବିଗତ ୧୯ ଏବଂ ୨୦ ତାରିଖରେ ହିଁ କେବଳ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଆଗାମୀ ୮ ଦିନ ଯାଏ ପାଗରେ ସେମିତି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ । ସେପଟେ ଘରୁ ଟାଣ ଖରାରେ ବାହାରିବା ବେଳେ ଖାସ କରି ବୟସ୍କ, ଶିଶୁ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । 

ଆହୁରି ପଢନ୍ତୁ ପାଣିପାଗ ଖବର...


 

ଆସନ୍ତାକାଲି
47m ago
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପର
ଚାମ୍ପିୟନ୍ସ ଟ୍ରଫି
57m ago
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତ
ଅର୍ଗସ ବ୍ୟୁରୋ: ଆସନ୍ତା ବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିପାରେ। କିନ୍ତୁ ବିନା ସରକାର
STOMACH
ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜ