ପୋତିବା ବଦଳରେ ପୋଡିଦେଲେ?
by Argus News
Thu, Jul 25 | 5:02 p.m.

ଅର୍ଗସ ବ୍ୟୁରୋ: ଲଘୁସଂପ୍ରଦାୟର କୌଣସି ବ୍ୟକ୍ତିଙ୍କ ପ୍ରାଣ ଗଲେ ସେମାନଙ୍କ ପରମ୍ପରା ଅନୁସାରେ ମରଶରୀରକୁ କବର ଦିଆଯାଇଥାଏ । ହେଲେ ଶ୍ରୀଲଙ୍କାରୁ ଏମିତି ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ପୁରା ବିଶ୍ଵରେ ବିରୋଧର ସ୍ଵର ତେଜିଛି । କାରଣ ସେଠାରେ ୨୭୬ ମୁସଲମାନଙ୍କୁ ସମାଧି ନଦିଆଯାଇ ଦାହ ସଂସ୍କାର କରିଦିଆଯାଇଛି । ଏହି ଘଟଣା ପରେ ସରକାରଙ୍କୁ କ୍ଷମା ମାଗିବାକୁ ପଡିଛି। ଶ୍ରୀଲଙ୍କା ସରକାର ୨୭୬ ମୁସଲମାନଙ୍କୁ ସମାଧି ଦେବା ବଦଳରେ ତାଙ୍କୁ ହିନ୍ଦୁ ରୀତିନୀତି ପରି ଦାହ ସଂସ୍କାର କରିଦେଇଛି। ଯେଉଁଠି କି ଇସଲାମରେ ଶବକୁ ସମାଧି ଦିଆଯାଇଥାଏ। ସେଥିପାଇଁ ପୂରା ମୁସଲମାନ ସଂପ୍ରଦାୟ ବିରୋଧ ପ୍ରତିକ୍ରିୟା ରଖିଛି । ଇସଲାମ ସମ୍ପ୍ରଦାୟରେ ଶବକୁ ମକ୍କା ଆଡକୁ ମୁହଁ କରାଇ ସମାଧି ଦିଆଯାଇଥାଏ। କିନ୍ତୁ ଶ୍ରୀଲଙ୍କା ବୌଦ୍ଧ ଏବଂ ହିନ୍ଦୁ ଧର୍ମ ପରି ମୁସଲମାନଙ୍କର ଶବ ସଂସ୍କାର କରିଦେଇଛି।

 

ଆପଣଙ୍କୁ ଜଣାଇଦେବୁ କି ଶ୍ରୀଲଙ୍କାରେ ମୁସଲମାନ ସଂଖ୍ୟା କମ୍। ୨୦୨୦ ରେ ଶ୍ରୀଲଙ୍କା ସରକାର ଏକ ନିଷ୍ପତ୍ତି ନେଇଥିଲେ କି କୋଭିଡରେ ଜୀବନ ହାରୁଥିବା ଲୋକଙ୍କର ଦାହ ସଂସ୍କାର କରାଯିବ। ସିଏ ଯେଉଁ ବି ଧର୍ମର ହେଇଥାଆନ୍ତୁ ନା କାହିଁକି। ବାସ୍ ଏହାପରେ ଶ୍ରୀଲଙ୍କା ୨୭୬ ମୁସଲିମଙ୍କର ଦାହ ସଂସ୍କାର କରିଦେଲା। ଆଉ ଏହାପରଠାରୁ ଅନେକ ମୁସଲମାନ ଦେଶ ଶ୍ରୀଲଙ୍କା ସରକାରର ବିରୋଧ କରିବାକୁ ଲାଗିଲେ । ପାକିସ୍ତାନ ବ୍ରିଟେନ ଭଳି ଅନେକ ଇସଲାମିକ ଦେଶର ମୁସଲମାନ ଲୋକ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିରୋଧ କଲେ। ଶ୍ରୀଲଙ୍କାକୁ ନାକ ରଗଡ଼ିବା ପାଇଁ ପୂରା ଦୁନିଆର ମୁସଲମାନ ଏକ ହୋଇଗଲେ। ଆଉ ଶେଷରେ ଶ୍ରୀଲଙ୍କାକୁ କ୍ଷମା ମାଗିବାକୁ ପଡ଼ିଲା।

ଶ୍ରୀଲଙ୍କାର ବର୍ତ୍ତମାନ ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ପୂର୍ବ ସରକାର ନେଇଥିଲେ। ଏହା ସତ୍ତ୍ବେ ଆମେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ଅଛୁ। ଶ୍ରୀଲଙ୍କାର ସରକାରଙ୍କ କହିବା ଅନୁଯାୟୀ କୋଭିଡ ସମୟରେ କିଛି ବିଶେଷଜ୍ଞ ରାୟ ଦେଇଥଲେ ଯେ କୋଭିଡ ରୋଗୀଙ୍କୁ ସମାଧି ଦେବା ଦ୍ବାରା ଜଳ ସ୍ତର ପ୍ରଦୁଷଣ ହେବ ଏବଂ ମହାମାରୀ ଆହୁରି ବ୍ୟାପିବ। ଏହା ହିଁ ଏକମାତ୍ର କାରଣ ଆମେ ମୃତକଙ୍କର ଅନ୍ତିମ ସଂସ୍କାରର ନିଷ୍ପତ୍ତି ନେିଇଥିଲୁ। କିନ୍ତୁ ଯଦି ମୁସଲମାନ ସଂପ୍ରଦାୟକୁ ଏଥିରେ ଆଘାତ ପହଁଞ୍ଚିଛି ତାହେଲେ ଆମେ କ୍ଷମା ମାଗୁଛୁ।

ଅଧିକ ପଢନ୍ତୁ ବିଦେଶ ଖବର

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା