ଘଟକୁଦି ଗାଁରେ ବନବିଭାଗର ଚଢାଉ, ଜଣେ ଗିରଫ
by Argus News
Sun, Dec 10 | 9:46 a.m.

ଅର୍ଗସ ବ୍ୟୁରୋ: ଅର୍ଗସ୍ ପ୍ରଭାବ । ଖବର ପ୍ରସାରଣ ପରେ ବ୍ରହ୍ମଗିରିର ଘଟକୁଦି ଗାଁରେ ବନବିଭାଗର ଚଢାଉ । ୧୪ଟି ମଲା ବିଦେଶୀ ପକ୍ଷୀ ସହ ବିପୁଳ ପରିମାଣର ବିଷ ଏବଂ ଖାଦ୍ୟ ଜବତ କରିଛି ବନବିଭାଗ । ଜଣେ ନାବାଳକକୁ ଗିରଫ କରିବା ସହ ଗୋଟିଏ ସ୍କୁଟି ଏବଂ ମୋବାଇଲ୍ ଜବତ କରିଛି ବନବିଭାଗ । ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବ୍ରହ୍ମଗିରି ରେଞ୍ଜର ସୂଚନା ଦେଇଛନ୍ତି ।

ବିଦେଶୀ ପକ୍ଷୀ ଶିକାର ଏବଂ ବିକ୍ରି ବେଳର ଭିଡିଓ ଅର୍ଗସ୍ ନ୍ୟୁଜରେ ପ୍ରସାରଣ ହୋଇଥିଲା । ବ୍ରହ୍ମଗିରି ବ୍ଲକରେ ବିଦେଶୀ ପକ୍ଷୀ ଶିକାରର ହଟସ୍ପଟ୍ ପାଲଟିଥିବା ଘଟକୁଦି, କାଣ୍ଡଗୋଦା, କୁଶୁବେଣ୍ଟି ପଞ୍ଚାୟତରେ ସ୍ୱତନ୍ତ୍ର ପ୍ରାଟୋଲିଂ କରିବାକୁ ଲୋକେ ଦାବି କରୁଛନ୍ତି । ବନବିଭାଗ ଏବଂ ଶିକାରୀଙ୍କ ମଧ୍ୟରେ ସୁ-ସମ୍ପର୍କ ଥିବା ଯୋଗୁ ବ୍ରହ୍ମଗିରିରେ ଦିନକୁ ଦିନ ପକ୍ଷୀ ଶିକାର ବୃଦ୍ଧି ପାଉଥିବା ପକ୍ଷୀ ପ୍ରେମୀ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ