ରକ୍ତମୁଖା ଡ୍ରାଇଭର; ଗାଡି ମାଲିକଙ୍କ ଘରେ ନିଆଁ ଲଗାଇଦେଲେ
by Argus News
Thu, Feb 22 | 12:47 p.m.

ଭୁବନେଶ୍ୱର:  ରକ୍ତମୁଖା ଡ୍ରାଇଭର । ଚାକିରିରୁ ବିଦା କରିଦେଲେ ବୋଲି ଗାଡି ମାଲିକଙ୍କ ଘରେ ନିଆଁ ଲଗାଇଦେଲେ । ସୀମା ଟପିଲା ମାନବିକତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଜାଗମରା କ୍ରିଷ୍ଣା ଗାର୍ଡେନରେ । 

ରାତି ଅଧରେ ଗାଡି ମାଲିକଙ୍କ ଘରେ ପଶି କଲେ ଉନ୍ମତ କାଣ୍ଡ ଭିଆଇଲେ ପୂର୍ବତନ ଡ୍ରାଇଭର । ଚାକିରୀରୁ ବିଦା କରି ଦେଲେ ବୋଲି ଘରେ ଲଗାଇଲେ ନିଆଁ ।  ଦୁଇଟି ଗାଡି ସହ ଅଧା ଜଳିଗଲା ଘର । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । 

ଜାଗମରା କ୍ରିଷ୍ଣା ଗାର୍ଡେନରେ ରହୁଥିବା ଅଜିତ କୁମାର ନାୟକଙ୍କ ଗାଡି ଆଉ ଘର ଜାଳିଦେଲା ପୂର୍ବତନ ଡ୍ରାଇଭର ମହମ୍ମଦ ହାକିମ । ସିସିଟିଭିରୁ ସବୁ ଜଣାପଡିବା ପରେ  ଅଭିଯୋଗ ପରେ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ ।  ନିଶା ଖାଇବାରୁ ଗତ ମେ ମାସରେ ଅଭିଯୁକ୍ତ ଡ୍ରାଇଭରକୁ ଚାକିରିରୁ ବାହାର କରିଦେଇଥିଲେ ମାଲିକ । 

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ