ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ
by Argus News
Sat, Oct 26 | 3:56 p.m.

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରଓ୍ବୋର ପିକ୍‌ନିକ୍‌ ସ୍ପଟ୍‌ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅପରାଧୀମାନେ ଏହି ବର୍ବରତା ଦୃଶ୍ୟର ଭିଡିଓ ଶୁଟିଂ ମଧ୍ୟ କରିଥିଲେ। ଏତିକିରେ ଥମି ନ ଥିଲା ବର୍ବରତା। 
ପୋଲିସକୁ ଜଣାଇଥିଲେ ଅନ୍‌ଲାଇନରେ ଭିଡିଓ ରିଲିଜ୍‌ କରିଦେବୁ ବୋଲି ସେମାନେ ଧମକ ମଧ୍ୟ ଦେଇଥିଲେ। ଗତ ୨୧ରେ ଏହି ଗଣବଳାତ୍କାର ଘଟିଥିବାବେଳେ ଦିନକ ପରେ ପୋଲିସ ମାମଲା ରୁଜୁ କରିଥିଲା। ଏନେଇ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଇତିମଧ୍ୟରେ ଇନ୍ଦୋରରେ ଜଣେ ମାନସିକ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ଦିନ ମଜୁରିଆ ଏକ ବର୍ଜ୍ୟବସ୍ତୁ ପରିଚାଳନା ସଂସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ପୀଡ଼ିତା ଜଣକଙ୍କ ଦେହରେ ବସ୍ତ୍ର ନାହିଁ। ରକ୍ତସ୍ରାବ ହେଉଛି। ସହରର ସଦର ବଜାର ଅଞ୍ଚଳରେ ମଙ୍ଗଳବାର ଭୋର ୩ଟା ୪୫ ମିନିଟ୍‌ର ଏହି ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ପୋଲିସ ଏହାକୁ ଅନୁଧ୍ୟାନ କରିବା ପରେ ଶ୍ରମିକ ସୋନୁଙ୍କୁ ଗିରଫ କରିଛି। ସୋନୁ ଦୁଷ୍କର୍ମ କରିଥିବା ସ୍ବୀକାର କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରାମ ମନ୍ଦିରରୁ
3m ago
ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ
ଅର୍ଗସ ବ୍ୟୁରୋ: ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଫତେଗଡ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍
ଆପାର୍ଟମେଣ୍ଟ
5m ago
ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା
ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗି
ଇତିହାସ
30m ago
ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ: ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇ