ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ: ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ
by Argus News
Sat, Oct 26 | 5:21 p.m.

ଅର୍ଗସ ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଏଭଳି କାରନାମା କରିଥିବା ବେଳେ ଭାରତର ଲଗାତାର ଟେଷ୍ଟ ସିରିଜ ଜିତିବାର ଧାରା ମଧ୍ୟ ଭାଙ୍ଗି ଯାଇଛି।

୨୦୧୨-୧୩ରେ ଇଂଲଣ୍ଡ ଭାରତ ଗସ୍ତରେ ଦଳକୁ ଟେଷ୍ଟ ସିରିଜରେ ହରାଇଥିଲା। ଏହା ପରଠାରୁ ଭାରତୀୟ ଟିମ୍‌ ଘରୋଇ ମାଟିରେ ସିରିଜ ପରାଜୟର ନଜିର ନାହିଁ। ଦଳ ଲଗାତାର ୧୮ ସିରିଜରେ ବିଜେତା ହୋଇଥିଲା। ହେଲେ ଏବେ ଏଥିରେ ବ୍ରେକ୍‌ ଲାଗିଛି। ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍‌ରେ ପରାଜିତ ହୋଇଛି। ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି।

ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୫୯ ରନ୍‌ କରିଥିଲା। ଜବାବରେ ଟିମ୍‌ ଇଣ୍ଡିଆ ୧୫୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରି ୨୫୫ ରନ୍‌ କରିବାରେ ସଫଳ ହୋଇଥିଲା। ଏମିତିରେ ଭାରତକୁ ୩୫୯ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ଯଶସ୍ବୀ ଜୟସ୍ବାଲଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍ସମ୍ୟାନ୍‌ ବିଫଳ ହେବାରୁ ଦଳକୁ ପରାଜିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ୨-୦ରେ ସିରିଜରେ ଆଗୁଆ ହୋଇଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

CHOLESTEROL
6m ago
ହଠାତ୍ ଓଜନ ବୃଦ୍ଧି କୋଲେଷ୍ଟ୍ରଲ୍ର ସଂଙ୍କେତ
ଅର୍ଗସ ବ୍ୟୁରୋ: ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ କୋଲେଷ୍ଟ୍ରଲ ସ୍ତରକ
SPEED 10
35m ago
Speed 10 : ସ୍କ୍ରୋଲ କରନ୍ତୁ, ପୁରା ଦିନର ଅପଡେଟ୍‌ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବନବିଭାଗ ପକ୍ଷରୁ ବିଛା ଯାଇଛି ଜନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ହାରିଲା ଭାରତ । ୧୧୩ ରନ୍‌ର
CYCLONE DANA
38m ago
ଓଡ଼ିଶାକୁ ରକ୍ଷା କରିଦେଲା ହେନ୍ତାଳ ବଣ !
ବାତ୍ୟା ଦାନାକୁ ନେଇ ସପ୍ତାହେ ହେଲାଣି ଓଡ଼ିଶାରେ ଲାଗିରହିଥିଲା ଭୟ । ଖାସ କରି ଉପକୂଳ ଓଡ଼ିଶା ଓ ସମୁଦ୍ର ଉପକୂଳିଆ ଗାଁ ଲୋକେ ଡରି ଛାନିଆ ହୋଇଥିଲେ । ବାତ୍ୟା କେଉଁଠି ପହଞ୍ଚିଲା ? କେତେବେଳ