ଅର୍ଗସ ବ୍ୟୁରୋ: ଛୋଟିଆ ସ୍ବପ୍ନ ଅକ୍ଳାନ୍ତ ପରିଶ୍ରମ ଯେ ମଣିଷକୁ ଗୋଟିଏ ମାଇଲଖୁଣ୍ଟ ବନାଇଦେବ ସେ କଥା ସିଏ ଭାବି ନ ଥିଲେ। ବୋଧ ହୁଏ ତାଙ୍କର କର୍ମ ଆଜି ଇତିହାସ ପୃଷ୍ଠାରେ ସଫଳତାର ସହ ଗୋଟିଏ ସ୍ବର୍ଣ୍ଣିମ ଅଧ୍ୟାୟ ହୋଇପାରିଛି। ସେ ପାଲଟି ଯାଇଛନ୍ତି ଭାରତର ଶିଳ୍ପ ସମ୍ରାଟ।
ଆଜିଠାରୁ ୧୫୦ ବର୍ଷ ପୂବରୁ ଜଣେ ଛୋଟ କପା ବ୍ୟବସାୟୀ ଭାରତକୁ ବଦଳାଇବାର ସ୍ବପ୍ନ ଦେଖିଥିଲେ, ଏହି କଥାରୁ ପୂରା ଅଜଣା ଥିଲେ କି ଦିନେ ତାଙ୍କର ଏହି ସ୍ବପ୍ନ ଏମିତି ଏକ ବିଜନେସ୍ କୁ ଜନ୍ମ ଦେବ ଯିଏ ନା କେବଳ ଭାରତକୁ ବଦଳାଇବ ବରଂ କୋଟି କୋଟି ଭାରତୀୟଙ୍କ ହୃଦୟରେ ବି ରାଜ୍ କରିବ। ଆମେ କହୁଛୁ ଟାଟା ଗ୍ରୁପ ବିଷୟରେ।
ତେବେ ଏହି ବ୍ୟାପାର ଯାତ୍ରାର ଆରମ୍ଭ ଜମସେଦଜି ଟାଟାଙ୍କ ଠାରୁ,୧୮୩୯ରେ ସିଏ ଜନ୍ମଗ୍ରହଣ କରିଥିଲେ। ୧୮୫୮ ରେ ପଢା ସାରି ନିଜ ବାପାଙ୍କ ସହିତ ମିଶି କଟନ ଟ୍ରେଡିଙ୍ଗର ବିଜନେସ କରିବା ଆରମ୍ଭ କରିଥିଲେ। ଅନେକ ବାଧା ବିଘ୍ନ ସତ୍ତ୍ବେ ୧୦ ବର୍ଷ ଭିତରେ ତାଙ୍କ ବିଜନେସ୍ ବହୁତ ବଡ ହୋଇଗଲା। କିନ୍ତୁ ଜମସେଦ ଟାଟା ଖାଲି ତୁଳା ବ୍ୟବସାୟରେ ସନ୍ତୁଷ୍ଟ ନ ଥିଲେ। ସିଏ ନିଜେ ତୁଳାରୁ ପୋଷାକ ତିଆରି କରିବାକୁ ଚାହୁଁଥିଲେ। ସେଥିପାଇଁ ୧୮୭୭ରେ ସିଏ ନାଗପୁରରେ Empress mill ର ସେଟ୍ ଅପ୍ କରାଇଲେ ଏବଂ ଉତ୍ପାଦନ କରାଇବା ଆରମ୍ଭ କଲେ।
୧୮୮୦ ରେ ଜମସେଦଜି ଟାଟା ଦେଖିଲେ କି ଭାରତରେ ଲୋକେ ସ୍ବାଧୀନତା ପାଇଁ ଲଢୁଛନ୍ତି କିନ୍ତୁ ସିଏ ମାନୁଥିଲେ ଭାରତ ଯେପର୍ଯ୍ୟନ୍ତ financially independent ନହୋଇଛି ସ୍ବାଧୀନ ହୋଇପାରିବନାହିଁ ତାସହିତ ସବୁ ଉତ୍ପାଦ ଭାରତରେ ତିଆରି କରିବାକୁ ପଡିବ। ସେଥିପାଇଁ ସିଏ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ବିଜନେସ କରିବା ଚାଲୁ କରିଦେଲେ। ସିଏ ପ୍ରଥମେ ପଞ୍ଚଗଣୀ ପାହାଡରେ ଷ୍ଟ୍ରବେରି ଚାଷ କରିବା ଆରମ୍ଭ କଲେ ଯାହାର ପ୍ରଭାବରେ ଆଜି ବି ପଞ୍ଚଗନି ଷ୍ଟ୍ରବେରି ଚାଷ ଏବଂ ଜାମ ଫ୍ୟାକ୍ଟ୍ରି ପାଇଁ ଜଣାଶୁଣା।
ଜମସେଦଜି ଆଉ ଏକ ଜିନିଷ ବି ଦେଖିଲେ ବେଙ୍ଗାଲୁରୁ ଏବଂ ମହୀଶୂରର ପାଣିପାଗ ଫ୍ରାନ୍ସ ସହିତ ସମାନ ସେଥିପାଇଁ ସିଏ ଫ୍ରାନ୍ସରେ ବ୍ରିଡ କରାଯାଉଥିବା ସିଲ୍କ ଓ୍ବର୍ମ ଭାରତକୁ ନେଇଆସିଲେ। ବେଙ୍ଗାଲୁରୁ ଏବଂ ମହୀଶୂରରେ ଟାଟା ସିଲ୍କ ଫାର୍ମ ଅର୍ଗାନାଇଜେସନ ଆରମ୍ଭ କଲେ ଏବଂ ଲୋକାଲ ଫାର୍ମର ଦ୍ବାରା ସିଲ୍କ ୱର୍ମର ବ୍ରିଡିଙ୍ଗ କରାଇଲେ। ତାଙ୍କର ଏହି ଆରମ୍ଭ ଦ୍ବାରା ଭାରତକୁ ମହୀଶୂର ସିଲ୍କ ଏବଂ ବେଙ୍ଗାଲୁରୁ ମହୀଶୂର ସିଲ୍କ ଶାଢୀ ଭଳି ଲୋକପ୍ରିୟ ପ୍ରଡକ୍ଟ ମିଳିଲା।
ଜମସେଦଜି ଟାଟା ନିଜ ହୋମଟାଉନ ମୁମ୍ବାଇକୁ ବହୁତ ଭଲ ପାଉଥିଲେ ସେଥିପାଇଁ ସିଏ ୧୮୯୮ରେ The Tajmahal Hotel ନିର୍ମାଣ କରିବା ଆରମ୍ଭ କରିଦେଲେ। ୧୯୦୩ ରେ ପ୍ରଥମଥର ପାଇଁ ଏହି ହୋଟେଲ ଖୋଲିଲା। ଜମସେଦଜି ଟାଟା ଏହିଭଳି ଅନେକ ଦାୟିତ୍ବ ନେଇଥିଲେ। ଟାଟା ସାହେବଙ୍କର ଆଉ ଏକ ସ୍ବପ୍ନ ଥିଲା ଷ୍ଟିଲ କମ୍ପାନୀ କରିବା। ଭାରତରେ କନଷ୍ଟ୍ରକସନ, ରେଲୱେ ଏବଂ ମ୍ୟାନୁଫ୍ୟାକ୍ଚୁରିଙ୍ଗ ଭଳି ଅନେକ ଇଣ୍ଡଷ୍ଟ୍ରିକୁ ନିର୍ମାଣ କରିବା ପାଇଁ ଷ୍ଟିଲର ଆବଶ୍ୟକତା ଥିଲା। ସିଏ ପୁରା ବର୍ଷେ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଭଲ କ୍ବାଲିଟିର ଲୁହା ଖୋଜିବାରେ ଲଗାଇଦେଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଜମସେଦଜିଙ୍କୁ ଲଗାତାର ଅସଫଳତା ମିଳିଲା। ଆଉ ଶେଷରେ ୧୮୯୯ ରେ ତାଙ୍କୁ ବେଙ୍ଗଲ ପ୍ରୋଭିନ୍ସରେ rich iron ore reserves ମିଳିଗଲା ଆଉ ସିଏ ତୁରନ୍ତ iron ore mining ଏବଂ ଏକ ଷ୍ଟିଲ ପ୍ଲାଣ୍ଟ ସେଟ୍ ଅପ କରିବା ଆରମ୍ଭ କରିଦେଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଜମସେଦଜି ନିଜ ଆଖିରେ ଭାରତରେ ଷ୍ଟିଲ ବନୁଥିବାର ଦେଖିପାରିଲେ ନାହିଁ କାରଣ ୧୯୦୪ ରେ ୬୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଗଲା। ଆଉ ଦାୟିତ୍ବ ତାଙ୍କ ପୁଅ ଦୋରାବଜି ଟାଟାଙ୍କୁ ଦିଆଗଲା।
ଜମସେଦଜି ଟାଟା ମାନୁଥିଲେ କି ଭାରତ ସାଇଣ୍ଟିଫିକ୍ ରିସର୍ଚ ଏବଂ ଏଜୁକେସନରେ ପାଶ୍ଚାତ୍ୟ ଦେଶଗୁଡିକଠୁ ବହୁତ ପଛରେ ଅଛି । ସିଏ ଭାରତରେ ଏମିତି ଏକ ଅନୁଷ୍ଠାନ ନିର୍ମାଣ କରିବାକୁ ଚାହୁଁଥିଲେ ଯିଏ ୱାଲ୍ଡ କ୍ଲାସ ଅନୁସନ୍ଧାନକାରୀ ଏବଂ ବୈଜ୍ଞାନିକଙ୍କର ନିର୍ମାଣ କରିପାରୁଥିବ। ସେଥିପାଇଁ ଦୋରାବଜି ଟାଟା ମହୀଶୂର ମହାରାଜାଙ୍କର ସାହାଯ୍ୟ ନେଲେ ଏବଂ ୧୯୦୯ ରେ ବ୍ୟାଙ୍ଗଲୋରରେ The Indian Institute Of Science ନିର୍ମାଣ କଲେ। ଏଜୁକେସନ ସହିତ ଇଲେକଟ୍ରିସିଟି ଜେନେରେଟ କରିବା ପାଇଁ ଏକ ହାଇଡ୍ରୋଇଲେକଟ୍ରିକ୍ ପ୍ଲାଣ୍ଟର ବି ସ୍ବପ୍ନ ଦେଖିଥିଲେ। ୧୯୧୧ ରେ ସିଏ ପ୍ଲାଣ୍ଟ ତିଆରି କଲେ ଏବଂ ମୁମ୍ବାଇର ଅନେକ ମିଲ୍ସ ଏବଂ ବିଜନେସେସକୁ ଏହି ପାୱାର ପ୍ଲାଣ୍ଟରୁ ପାୱାର ମିଳିବା ଆରମ୍ଭ ହୋଇଗଲା। ଆଉ ଆଜି ଏହି କମ୍ପାନିକୁ ଆମେ ଟାଟା ପାୱାର ନାଁ ରେ ଜାଣିଛେ।
ଜମସେଦଜି ଟାଟା ଯେଉଁ ଷ୍ଟିଲ ପ୍ଲାଣ୍ଟର କାମ ଆରମ୍ଭ କରିଥିଲେ ତାକୁ ପୁରା କରିବାର ଦାୟିତ୍ବ ବି ଦୋରାବଜି ଟାଟା ନେଲେ। ୧୯୦୭ ରେ ସିଏ ଏକ ଲିମିଟେଡ କମ୍ପାନି ପ୍ରତିଷ୍ଠା କଲେ ଏହି କମ୍ପାନିର ନାଁ ହେଲା TATA IRON AND STEEL COMPANY (TISCO) । ଏହାର ଦୁଇ ବର୍ଷ ପରେ ୧୯୧୪ ରେ ପ୍ରଥମ ବିଶ୍ବଯୁଦ୍ଧ ହୋଇଥିଲା ଆଉ ବ୍ରିଟେନର ଷ୍ଟିଲ ଡିମାଣ୍ଡ ଏକଦମ ଭାବରେ ବଢିଗଲା । ବ୍ରିଟେନକୁ ଟ୍ୟାଙ୍କ , ଟ୍ରକ, ରେଲୱେ ଏସବୁ ପାଇଁ ଷ୍ଟିଲ ଦରକାର ଥିଲା। ଦିନ ରାତି ପରିଶ୍ରମ କରି ଟିସ୍କୋ ପ୍ଲାଣ୍ଟ ଏହି ଡିମାଣ୍ଡ ପୁରା କଲା। ତେବେ ଯେଉଁ ସହରରେ ଟିସ୍କୋ ପ୍ଲାଣ୍ଟ ଥିଲା ସେହି ସହରର ନାମ ଜମସେଦ ଟାଟାଙ୍କ ନାମ ଅନୁସାରେ ଜମସେଦପୁର ରଖାଗଲା। ରେଲୱେ ଷ୍ଟେସନର ନାମ ଟାଟାନଗର ରଖାଗଲା।
୧୯୩୨ରେ ଦୋରାବଜି ଟାଟାଙ୍କ ମୃତ୍ୟୁ ହୋଇଗଲା। ତାଙ୍କ ପରେ ଟାଟା ଗ୍ରୁପର ଚେୟାରମ୍ୟାନ ହେଲେ ଜେଆରଡି ଟାଟା। ସେ ଆଭିଏସନରେ ବହୁତ ଆଗ୍ରହୀ ଥିଲେ। ୧୯୩୨ ରେ ସିଏ ଟାଟା ଆଭିଏସନ ସର୍ଭିସେସ ଆରମ୍ଭ କଲେ। ଏହି ଏୟାରଲାଇନ ପାସେଞ୍ଜର ଏବଂ ମାଲ ପରିବହନ ସେବା ଯୋଗାଉଥିବା ଭାରତର ପ୍ରଥମ ଏୟାରଲାଇନ ହେଲା। ପ୍ରଥମ ବିମାନ ଜେଆରଡି ଟାଟା ଉଡାଇଥିଲେ ଯାହାପରେ ସେ ଭାରତର ପ୍ରଥମ ବାଣିଜ୍ୟିକ ପାଇଲଟ୍ ହୋଇଗଲେ।
ଜେଆରଡି ଟାଟା ଗ୍ରୁପର ଉନ୍ନତି ଦିଗରେ କୌଣସି ଅଭାବ ଛାଡି ନଥିଲେ। ସିଏ ଦେଖିଲେ ସ୍ବାଧୀନତା ପରେ ବି ଭାରତରେ କୌଣସି ଇଣ୍ଡିଆନ କସମେଟିକ୍ ବ୍ରାଣ୍ଡ ନଥିଲା , ସେଥିପାଇଁ ସିଏ ଲାକମେ ଆରମ୍ଭ କଲେ । ଲାକମେ ଏକ ଫ୍ରେଞ୍ଚ ଶବ୍ଦ ଅଟେ । ଯାହାର ଅର୍ଥ ହିନ୍ଦୀରେ ହେଉଛି ଲକ୍ଷ୍ମୀ। ସିଏ ଭାରତୀୟ ନାମ ନ ଦେବା ପଛର କାରଣ ହେଉଛି ସିଏ ଜାଣିଥିଲେ ଭାରତୀୟ ମହିଳା ଫରେନ ବ୍ରାଣ୍ଡ ପ୍ରତି ଅବସେସଡ୍ ଥିଲେ। ସେଥିପାଇଁ ସିଏ ଲାକମେ ନାଁ ଦେଇ ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚାଇଥିଲେ। ତାସହିତ ଜେଆରଡି ଜମସେଦପୁରରେ ଏକ ରେଳ ଇଞ୍ଜିନ ତିଆରି କରୁଥିବା ଫ୍ୟାକ୍ଟ୍ରି କିଣିଲେ ଯାହାର ନାଁ ସିଏ ଟେଲକୋ ରଖିଲେ। ଏହି ଇଂଜିନ ଏବଂ ଟ୍ରକ ତିଆରି କରୁଥିବା ଏହି ଟେଲକୋ କମ୍ପାନିକୁ ଆଜି ଆମେ ସମସ୍ତେ ଟାଟା ମୋଟର୍ସ ନାଁ ରେ ଜାଣିଛେ।
ତେବେ ବିଜନେସ ବ୍ୟତୀତ ଜେଆରଡି ଟାଟା ଭାରତକୁ ସବୁଠାରୁ କଠିନ ସମୟରେ ମଧ୍ୟ ସାହାଯ୍ୟ କରିଛନ୍ତି , ୧୯୬୨ ଭାରତ-ଚାଇନା ଯୁଦ୍ଧ ଏବଂ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସିଏ ସରକାରକୁ ସବୁ ପ୍ରକାରର ସାହାଯ୍ୟ କରିଥିଲେ। ତାଙ୍କର ଏହି ଅବଦାନକୁ ଦେଖି ତତ୍କାଳୀନ ରାଷ୍ଟପତି ତାଙ୍କୁ Honorary Air Commodore Of Indian Airforceର ପୋଷ୍ଟିଂ ବି ଦେଇଥିଲେ। କିନ୍ତୁ ତାଙ୍କୁ ଯେତେବଳେ ୮୭ ବର୍ଷ ହେଲା ସିଏ ଏସବୁ ଦାୟିତ୍ବରୁ ଅବସର ନେଇଥିଲେ। ଏହାପରେ ଜେଆରଡି ଟାଟା, ଟାଟା ଗ୍ରୁପର ନୂଆ ଚେୟାରମ୍ୟାନ ହିସାବରେ ଟାଟା ପରିବାରର ଆଉ ଜଣେ ପ୍ରମୁଖ ସଦସ୍ୟଙ୍କୁ ବାଛିଲେ ଆଉ ସେ ଥିଲେ ଭାରତର ଜେମ ଷ୍ଟାର ରତନ ଟାଟା।
ଚେୟାରମ୍ୟାନ ହେବାର ୩୦ ବର୍ଷ ପୂର୍ବରୁ ୧୯୬୨ ପର୍ଯ୍ୟନ୍ତ ସାର ରତନ ଟାଟା ଆମେରିକାରେ ଆର୍କିଟେକ୍ଚରର ପାଠ ପଢୁଥିଲେ କି ସେତେବେଳେ ଜେଆରଡି ଟାଟା ତାଙ୍କୁ ଭାରତ ଆସି ବିଜନେସ ଜଏନ କରିବାକୁ କହିଥିଲେ। ସିଏ ଭାରତ ଆସି ଟାଟା ଷ୍ଟିଲକୁ ଜଏନ କଲେ। ସେଠାରେ ଏକ ନର୍ମାଲ ୱାର୍କର ଭଳି କାମ କରିବା ଆରମ୍ଭ କଲେ। ତାଙ୍କ ଡେଡିକେସନ ଏବଂ ବିଜନେସ ଟ୍ୟାଲେଣ୍ଟ ଦେଖି ତାଙ୍କୁ ଗୋଟେ ପରେ ଗୋଟେ ବଡ ଦାୟିତ୍ବ ମିଳିବାରେ ଲାଗିଲା। ରତନ ଟାଟା ଚେୟାରମ୍ୟାନ ହେବା ପୂର୍ବରୁ ସିଏ Empress Millକୁ କ୍ଷତିରୁ ବାହାର କରି ପ୍ରଫିଟେବଲ କରିଥିଲେ, ଟେଲକୋରେ ଏକ major labour unrest କୁ ସଫଳତାର ସହିତ ସମାଧାନ କରିଥିଲେ। ଆଉ ଟାଟାର ନାଲକୋ କମ୍ପାନି ଯିଏ ରେଡିଓ ଏବଂ ଟେଲିଭିଜନ ଇତ୍ୟାଦି ତିଆରି କରିଥାଏ ତାର ରେଭେନ୍ୟୁ ୩ କୋଟିରୁ ବଢାଇ ୨୦୦ କୋଟି କରିଥିଲେ।
ଯେତେବେଳେ ୧୯୯୧ ରେ ରତନ ଟାଟା ଚେୟାରମ୍ୟାନ ହେଲେ ସେ ଅନୁଭବ କଲେ ଟାଟା ଗ୍ରୁପ ବାହାରୁ ତ ଦେଖିଲେ ଲାଗୁଛି କି ଭଲ ପ୍ରଦର୍ଶନ କରୁଛି କିନ୍ତୁ ବାସ୍ତବରେ ସେଭଳି ନ ଥିଲା। ଉଚ୍ଚ ପ୍ରଯୁକ୍ତିବିଦ୍ୟା ଯେମିତି କି କମ୍ପ୍ୟୁଟିଙ୍ଗ ଏବଂ ଏଆଇରେ ଟାଟା ଗ୍ରୁପ ବହୁତ ପଛରେ ଥିଲା। ସିଏ ଟାଟା ଗ୍ରୁପ ମାଧ୍ୟମରେ ଭାରତ ପାଇଁ କିଛି ରିଭଲ୍ୟୁସନାରି କରିବାକୁ ଚାହୁଁଥିଲେ। ସେ ଦେଖିଲେ ଭାରତ ପାଖରେ ଏମିତି କୌଣସି କାର ନାହିଁ ଯାହାର ଡିଜାଇନଠୁ ନେଇ ପ୍ରଡକ୍ସନ ପର୍ଯ୍ୟନ୍ତ ସବୁକିଛି ଭାରତରେ ହୋଇଥିବ। ସେଥିପାଇଁ ୧୯୯୫ ରେ ସିଏ ଏକ ୧୦୦ ପ୍ରତିଶତ ଭାରତୀୟ କାର ବନେଇବାର ନିଷ୍ପତ୍ତି ନେଲେ, ଏକ ଏମିତି କାର ଯାହା ସ୍ପେସିୟସ, ଫ୍ୟୁଚରିଷ୍ଟିକ୍ , ସୁଲଭ ମୂଲ୍ୟରେ ମିଳୁଥିବ ଏବଂ ଭଲ ମାଇଲେଜ ଦେଉଥିବ। କିନ୍ତୁ ଏକ ସମସ୍ୟା ଥିଲା କି ଏକ ନୂଆ ମ୍ୟାନୁଫ୍ୟାକଚରିଙ୍ଗ ପ୍ଲାଣ୍ଟ ସେଟଅପ କରିବାର କଷ୍ଟ ପାଖାପାଖି ୨ ବିଲିୟନ ଡଲାର ବା ୧୬ ହଜାର ୮ଶହ ୧୩ କୋଟି ୪୩ ଲକ୍ଷ ଥିଲା ଯାହା ସେତେବେଳେ ବହୁତ ବଡ ଆମାଉଣ୍ଟ ଥିଲା। ଟାଟା ମୋଟର୍ସ ଅଷ୍ଟ୍ରେଲିଆରେ ନିସାନର ଏକ ପୁରୁଣା ପ୍ଲାଣ୍ଟ ତାର ଅଧା ଟଙ୍କାରେ କିଣିଦେଲା, ପୁରା ପ୍ଲାଣ୍ଟକୁ ଭାରତକୁ ଅଣାଗଲା ଏବଂ ପୁନେରେ ପୁନଃ ନିର୍ମାଣ କରାଗଲା, ରତନ ଟାଟା ନିଜେ କାରକୁ ଡିଜାଇନ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଆଉ ଶେଷରେ ୧୯୯୮ ରେ କାରକୁ ଲଞ୍ଚ କରାଗଲା। ଏହା ଏକ ଭାରତୀୟ କାର ଥିଲା ସେଥିପାଇଁ ଏହାର ନାଁ ରଖିବା ପାଇଁ indian ରୁ indi ଏବଂ car ରୁ ca ନିଆଯାଇ ଗାଡିର ନାମ ଟାଟା ଇଣ୍ଡିକା ରଖାଗଲା।
ଅଟୋ ମୋବାଇଲ ପରେ ରତନ ଟାଟା ଟେକନୋଲୋଜି ଉପରେ ଫୋକସ କଲେ। ଟିସିଏସର ଫୋକସ administrative services ରୁ ସିଫ୍ଟ କରି software services କୁ ନେଇଆସିଲେ ଯାହାପରେ ଟିସିଏସ ଇଣ୍ଡିଆର ଏମିତି କି ବିଶ୍ବର ବଡ ବଡ ଅର୍ଗାନାଇଜେସନ ପାଇଁ କଷ୍ଟୋମାଇଜ୍ ହୋଇଥିବା ସଫ୍ଟୱେର୍ ବନେଇବା ଆରମ୍ଭ କଲା। ରତନ ଟାଟାଙ୍କର ଏସବୁ ଅବଦାନ ପାଇଁ ଆଜି ବି ଟିସିଏସ ଭାରତର ସବୁଠାରୁ ବଡ କମ୍ପାନି ଅଟେ।
ଟିସିଏସର ସକସେସ ପରେ ସିଏ ପୁଣି ଟାଟା ମୋଟର୍ସରେ ଫୋକସ କଲେ , ସିଏ ଦେଖିଲେ ଭାରତରେ ଅଧକାଂଶ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏକ କାର ଆଫୋର୍ଡ କରିପାରୁନାହାଁନ୍ତି ସେଥିପାଇଁ ସିଏ ଏମିତି ଏକ କାର ନିର୍ମାଣ କରିବାପାଇଁ ନିଷ୍ପତ୍ତି ନେଲେ, ଯାହାର ମୂଲ୍ୟ ମାତ୍ର ୧ ଲକ୍ଷ ରହିବ ସେଥିପାଇଁ ୨୦୦୯ରେ ସିଏ ଟାଟା ନାନୋ ଲଞ୍ଚ କଲେ। କିନ୍ତୁ ନାନୋ ଏକ ବହୁତ ବଡ ବିଫଳ ପ୍ରମାଣ ହେଲା। ଆଜି ଟାଟା ମୋଟର୍ସ ଟାଟା ଗ୍ରୁପର ସବୁଠାରୁ ଅଧିକ ରେଭେନ୍ୟୁ କମାଉଥିବା କମ୍ପାନି ପ୍ରମାଣ ହୋଇଛି।
ସାର ରତନ ଟାଟା ଚାହୁଁଥିଲେ କି ଭାରତର କମ୍ପାନି ଗୁଡିକ ବିଜନେସ କେବଳ ଭାରତରେ ନୁହେଁ ପୁରା ବିଦେଶରେ କରିବା ଆବଶ୍ୟକ। ସେଥିପାଇଁ ସିଏ ଗୋଟେ ପରେ ଗୋଟେ ଫରେନ ବ୍ରାଣ୍ଡସକୁ ନିର୍ମାଣ କରିବା ଆରମ୍ଭ କରିଦେଲେ। ଯେମିତି ସିଏ ଟାଟା ମୋଟର୍ସକୁ ବିଶ୍ୱର ଲକ୍ସରିଅସ ମାର୍କେଟରେ ଏକ୍ସପ୍ୟାଣ୍ଡ କରିବା ପାଇଁ ସିଏ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଲଞ୍ଚ କଲେ।ଆଉ ଆଜି ଏହିସବୁ ନିଷ୍ପତ୍ତି ପାଇଁ ଟାଟା ଗ୍ରୁପର ଅଧାରୁ ଅଧିକ ରେଭେନ୍ୟୁ ଭାରତ ବାହାରୁ ଆସେ। ସାର ରତନ ଟାଟାଙ୍କ ଲିଡରସିପରେ ଟାଟା ଗ୍ରୁପ ଯାହା ହାସିଲ କରିଛି ତା ଲିଷ୍ଟ ବହୁତ ବଡ।
ଟାଇଟାନ ଘଣ୍ଟା, ଟିସିଏସ ଦ୍ବାରା ୱାଲ୍ଡର ୱାନ ଅଫ୍ ଦି ମୋଷ୍ଟ ପାୱାରଫୁଲ ସୁପର କମ୍ପ୍ୟୁଟର ହେଉ କି ଟାଟା ସ୍କାଏକୁ ଲଞ୍ଚ କରି ଟେଲିଭିଜନ ମାର୍କେଟକୁ ନିର୍ମାଣ କରିବା ପାଖାପାଖି ସବୁ ବିଭାଗରେ ଟାଟା ଗ୍ରୁପ ସଫଳତା ହାସଲ କରିଛି। ସାର ରତନ ଟାଟାଙ୍କ କହିବା ଥିଲା କି ଯଦି ଶୀଘ୍ର ଚାଲିବାର ଅଛି ତାହେଲେ ଏକୁଟିଆ ଚାଲ କିନ୍ତୁ ଯଦି ବହୁତ ଦୂର ପର୍ଯ୍ୟନ୍ତ ଚାଲିବାର ଅଛି ତାହେଲେ ସମସ୍ତଙ୍କୁ ନେଇକି ଚାଲ। ଟାଟା ଗ୍ରୁପ ସବୁବେଳେ ଏହି ଫିଲୋସଫିକୁ ନେଇ ବିଜନେସ କରିଛି।
ରତନ ଟାଟା ଜଣେ ପଶୁପ୍ରେମୀ ମଣିଷ ଥିଲେ। ସିଏ କୁକୁରଙ୍କୁ ବହୁତ ଭଲ ପାଉଥିଲେ।ସେଥିପାଇଁ ୨୦୨୩ ରେ ମୁମ୍ବାଇର ମହାଲକ୍ଷ୍ମୀରେ ଭାରତର ପ୍ରଥମ କ୍ଷୁଦ୍ର ପ୍ରାଣୀ ଚିକିତ୍ସାଳୟ ଖୋଲିଥିଲେ ଆଉ ଏହାହିଁ ତାଙ୍କର ଶେଷ ପ୍ରୋଜେକ୍ଟ ଥିଲା। ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ତାଙ୍କ ଭଳି ବ୍ୟକ୍ତିତ୍ବ ମିଳିବା ସତରେ କଷ୍ଟକର।
ଅଧିକ ପଢନ୍ତୁ ଭାରତ ଖବର