ପୂଜା ଭେଟି : ଏଣିକି କଏଦୀଙ୍କୁ ମିଳିବ ମଟନ ବିରିୟାନୀ ସହ ଚିକେନ୍‌
by Argus News
Mon, Oct 07 | 4:54 p.m.

ଅର୍ଗସ ବ୍ୟୁରୋ: ଜେଲ୍‌ । ଏ ନାଁ ଶୁଣିଲେ ଡର ଲାଗେ । କାରଣ କିଛି ଭୁଲ କାମ କଲେ ସଜ୍ଜା ଆକାରରେ ଜେଲଦଣ୍ଡାଦେଶ ହୁଏ । ହେଲେ ଜେଲ୍‌ରେ ଏବେ ମଟନ୍‌ ବିରିୟାନୀ ସହ ଚିକେନ୍‌ ତରକାରୀ ଦିଆଯିବ । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଜେଲ୍‌ରେ ଏମିତି ଖାଇବା କେଉଁଠି ଓ କାହିଁକି ଦିଆଯାଉଛି ? କଥାହେଲା, ପୂଜା ସମୟରେ ଜେଲରେ ଭଲ ଖାଇବା ଦେବା ପାଇଁ କଏଦୀମାନେ ଦାବି କରନ୍ତି । ଆଉ ସେମାନଙ୍କ ଦାବିକୁ ପୂରଣ କରିବାକୁ ଯାଇ ପଶ୍ଚିମବଙ୍ଗ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । 

କଏଦୀଙ୍କୁ ମିଳିଲା ଦୁର୍ଗାପୂଜା ଭେଟି । ଜେଲରେ ଥିଲେ ବି ଖାଇବାକୁ ମିଳିବ ସୁସ୍ୱାଦୁ ଖାଦ୍ୟ । କଣ କଣ ଖାଇବା ମିଳିବ ସେନେଇ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ତାଲିକା । ପଶ୍ଚିମବଙ୍ଗର କଏଦୀଙ୍କ ପାଇଁ ଦୁର୍ଗାପୂଜା ସ୍ପେଶାଲ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କଏଦୀଙ୍କୁ ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବଙ୍ଗୀୟ ପାରମ୍ପରିକ ଖାଦ୍ୟ ପରସାଯିବ । ପଶ୍ଚିମବଙ୍ଗର ସଂଶୋଧନ ଗୃହ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଉଭୟ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ସେମାନଙ୍କ ପାଇଁ ମଟନ୍ ବିରିୟାନୀ, ଚିକେନ ତରକାରୀ, ଚୁଙ୍ଗୁଡି ତରକାରୀ, ପୁରୀ, ଚଣା ତରକାରୀ, ଖିରି ସମେତ ଅନ୍ୟାନ ବେଙ୍ଗଲର ପ୍ରସିଦ୍ଧ ଖାଦ୍ୟ ପ୍ରସ୍ତୁତ କରାଯିବ । ଅକ୍ଟୋବର ୯ ତାରିଖ ସପ୍ତମୀ ପୂଜାରୁ ନେଇ ଅକ୍ଟୋବର ୧୨ ଦଶମୀ ଯାଏଁ କଏଦୀ ଖାଇବେ ଏମିତି ସୁସ୍ୱାଦୁ ଖାଦ୍ୟ ।

ପୂଜାକୁ ନେଇ ପୁରା ଦେଶରେ କଲିକତା ବେଶ ଚର୍ଚ୍ଚାରେ ରହିଥାଏ । କାରଣ ପୂଜାକୁ ବେଶ ଆକର୍ଷଣୀୟ ଢଙ୍ଗରେ କରାଯାଏ ପଶ୍ଚିମବଙ୍ଗରେ । ହେଲେ ଏଥର ଜେଲର ଯେଉଁପରି ଭାବରେ ଖାଇବା ଦିଆଯିବାକୁ ନିଷ୍ପତ୍ତି ହୋଇଛି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଛି । ସେପଟେ, କୌଣସି କଏଦୀଙ୍କ ଧାର୍ମିକ ଭାବାବେଗ ଯେପରି ଆଘାତ ନ ପାଇବ ସେଥିପ୍ରତି ଦୃଷ୍ଟି ରଖାଯାଇଛି । ସେଥିପାଇଁ ସମସ୍ତଙ୍କୁ ଆମିଷ ଖାଦ୍ୟ ଦିଆଯିବ ନାହିଁ । ଯେଉଁମାନେ ଚାହିଁବେ ନିଜ ପସନ୍ଦର ନିରାମିଷ ଖାଦ୍ୟ ମଧ୍ୟ ଖାଇପାରିବେ ବୋଲି ସେ ସୂଚନା ମିଳିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ପଶ୍ଚିମବଙ୍ଗର ୫୯ଟି ଜେଲରେ ସମୁଦାୟ ୨୮,୭୭୨ ଜଣ କଏଦୀ ରହିଛନ୍ତି । ସେଥିମଧ୍ୟରୁ ୨୬,୯୯୪ ଜଣ ପୁରୁଷ ଏବଂ ୧୭୭୮ ଜଣ ମହିଳା କଏଦୀ ଅଛନ୍ତି । ଏମାନଙ୍କ ମଧ୍ୟରେ ଏକାଧିକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି । ଯେପରି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଜ୍ୟୋତି ପ୍ରିୟ ମଲ୍ଲିକ ଏବଂ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ ପରି ହାଇ-ପ୍ରୋଫାଇଲ କଏଦୀ । ତେଣୁ ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ।
 

ଉତ୍କଣ୍ଠା
22m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
27m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା
ଭାରତର ଏମିତି
50m ago
ଭାରତର ଏମିତି ଏକ ଗାଁ ଅଛି: ପ୍ରେମପକ୍ଷୀଙ୍କୁ ଆଶ୍ରୟ ଦିଏ ଶାଙ୍ଗଚୁଲ ମନ୍ଦିର
ଅର୍ଗସ ବ୍ୟୁରୋ: ସାରା ଦୁନିଆରେ ପ୍ରେମକୁ ପ୍ରତ୍ୟେକ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ ପ୍ରେମର ନାମକ