ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
by Argus News
Mon, Oct 07 | 9:30 p.m.

ଭୁବନେଶ୍ୱର:  କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହାଁ ଶଙ୍ଖ ଦଳ । ଆତ୍ମରକ୍ଷା ପାଇଁ ବିଜେଡି ପାଇଁ ଇଣ୍ଡି ମେଣ୍ଟ ହିଁ ଭରସା କି । ବିଜେପି କହିଲା, ଦିଲ୍ଲୀ କଂଗ୍ରେସ ଇସାରାରେ ଚାଲୁଛି ବିଜେଡି । ଜନାଦେଶକୁ ନେଇ ମୁହାମୁହିଁ ଶାସକ ଓ ବିରୋଧୀ । ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନକୁ କଡ଼ା ସମାଲୋଚନା କଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବା ସହ ଲୋକସଭା ରେ ଗୋଟିଏ ବି ଆସନ ନ ପାରିବା ପରେ ଏବେ କଂଗ୍ରେସ ପ୍ରଶଂସାରେ ଶତମୁଖ ବିଜେଡି ସାଂସଦ। ଶୁଣନ୍ତୁ ଇଣ୍ଡିମେଣ୍ଟ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କିପରି ପ୍ରଶଂସାରେ ପୋତି ପକାଉଛନ୍ତି  ବିଜେଡି ରାଜ୍ୟସଭା ସାଂସଦ । 

ଦେବାଶିଷ ଙ୍କ ବୟାନ ରାଜ୍ୟ ରାଜନୀତି ରେ ନିଆଁ ଲଗାଇଥିବା ବେଳେ ଏଥିରେ ଘିଅ ଢ଼ାଳିଛନ୍ତି ବିଜେପ ବିଧାୟକ ଅଶ୍ବିନୀ ଷଢ଼ଙ୍ଗୀ । ଦିଲ୍ଲୀ କଂଗ୍ରେସ ରୁ ଯେଉଁ ନିର୍ଦେଶ ଆସୁଛି ରାଜ୍ୟରେ ବିଜେଡି ତାହା କରୁଛି ଓ ରାଜ୍ୟରେ ବିଜେଡି ଇସାରା ରେ କଂଗ୍ରେସ କାମ କରୁଥିବା ସେ କହିଛନ୍ତି । ଏପରିକି ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରି ପାରେ କହି ବିଜେଡି କୁ ଟାର୍ଗେଟ କରିଛନ୍ତି । ତେବେ ଦିଲ୍ଲୀରେ ଆମର କେହି ମାଷ୍ଟର ନାହାନ୍ତି କହି ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ବିଜେପି ର ଅଭିଯୋଗ କପୋଳକଳ୍ପିତ ।  ଏହାରି ଭିତରେ ଜନାଦେଶକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ରାଜ୍ୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନି ବୋଲି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯ୍ୟ ଙ୍କ ବୟାନ କୁ କଡା କାଉଣ୍ଟର କରିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।  ପରାଜୟ ପରେ  ବିଜେଡି ହତୋତ୍ସାହିତ ହୋଇ ପଡିଛି ବୋଲି କହିଛନ୍ତି ସମୀର  ସମ ଦୁରତା  କଥା କହୁଥିବା ବିଜେଡି ର ବୟାନ ହଠାତ ବଦଳୁଛି କାହିକି ? ଚର୍ଚ୍ଚା ହେଉଛି ରାଜ୍ୟସଭାରେ ସାଂସଦ ଙ୍କୁ ନେଇ ଆତ୍ମରକ୍ଷା ପାଇଁ ଇଣ୍ଡିମେଣ୍ଟର ସାହାରା ନେବାକୁ ବିଜେଡି ଚାହୁଁଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

T-20 କ୍ରିକେଟରେ
T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର
ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋର
ଗୋରୁ ଚାଲାଣ
ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ପୋଲିସ ଏକ ଗୋରୁ ବୋଝେଇ ଜବତ କରିବା ସହ ସହ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଥାନା ସନ୍ଧିଜୋର ଗାଁର ଶ୍ରୀତ
ଗ୍ରାହକଙ୍କୁ ଝଟକା
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ