ଶ୍ରୀମନ୍ଦିରରେ ଲାଗି ହେଲା ମାଳ, ମହାପ୍ରସାଦ ନେଇ ପାଞ୍ଚ ଜଣିଆ ଟିମ୍ କଟକ ଅଭିମୁଖେ ଯାତ୍ରା
by Argus News
Wed, Apr 17 | 2:41 p.m.

ଅର୍ଗସ ବ୍ୟୁରୋ:  ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଲାଗି 
ମାଳ ମହାପ୍ରସାଦ ନେଇ ପାଞ୍ଚ ଜଣିଆ ଟିମ୍ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆ ସ୍ଥିତ ସହ ମିଲରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ ।

ରଥ କାଠ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଟିମ୍ କଟକରେ ପହଁଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ। ତିନିଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଗତ ସରସ୍ୱତୀ ପୂଜାରେ ରଥକାଠ ପୂଜାର୍ଚନା କରାଯାଇଥିବାବେଳେ ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି। ସେପଟେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ କି କରତକଳକୁ ଫାସୀ କାଠ ପହଞ୍ଚି ପାରିନାହିଁ ବୋଲି କହିଛନ୍ତି ତିନିରଥ ତତ୍ୱାବଧାରକ ସୁଦର୍ଶନ ମେକାପ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

DIARRHEA CASE
1m ago
କଟକିଆସାହିରେ ବ୍ୟାପୁଛି ଝାଡ଼ାବାନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ
ଅର୍ଗସ ବ୍ୟୁରୋ : ଆଠଗଡ଼ କଟକିଆସାହି ପଞ୍ଚାୟତ ପାଟେଣୀଗାଁରେ ଝାଡ଼ାବାନ୍ତି ଆତଙ୍କ । ଗୋଟିଏ ଗାଁରେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଦୂଷିତ ପାନୀୟଜଳ ପିଇ ଝାଡ଼ାବାନ୍ତ
ରତ୍ନଭଣ୍ଡାର
31m ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍
ଭାରସାମ୍ୟ ହରାଇ
45m ago
ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ
ଅର୍ଗସ ବ୍ୟୁରୋ: ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜାତୀୟ ରାଜପଥ 20ର ରାମଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାସ୍ତା ତଳକୁ ଖସି ପଡିବାର