ଜି. ଉଦୟଗିରି ୯.୪, ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ
by Argus News
Mon, Dec 11 | 10:24 a.m.

ଅର୍ଗସ ବ୍ୟୁରୋ: ଶୀତରେ  ଥରୁଛି ସାରା କନ୍ଧମାଳ ।  ଶୀତ ଯୋଗୁଁ ସମଗ୍ର କନ୍ଧମାଳବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି l ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ଜି. ଉଦୟଗିରି ର ତାପମାତ୍ରା ୯.୪  ଡିଗ୍ରୀ ରହିଥିବା ବେଳେ  ଦାରିଙ୍ଗବାଡ଼ିର ତାପମାତ୍ରା ୧୦.୫ଡିଗ୍ରୀ ରହିଛି l ସକାଳୁ ସକାଳୁ ଘନ କୁହୁଡ଼ି ଲାଗିରହିଥିବାବେଳେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। 

କନ୍ଧମାଳର ଜି. ଉଦୟଗିରି ସମେତ  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି  ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି। ପ୍ରବଳ ଶୀତ ପାଇଁ ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି। ଲୋକେ ଥଣ୍ଡାରୁ ରକ୍ଷା ପାଇବାକୁ ନିଆଁ ପୋଉଁଛନ୍ତି।  ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକ ରହୁଥିବା ଜଣା ପଡ଼ିଛି। ତେବେ ଆଗକୁ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ