ସାରା ବିଶ୍ବରେ ଗାନ୍ଧିଜୀ ପହଞ୍ଚାଇଥିଲେ ସତ୍ୟ ଓ ଅହିଂସାର ବାର୍ତ୍ତା
by Argus News
Wed, Oct 02 | 7:59 a.m.

ଅର୍ଗସ ବ୍ୟୁରୋ: ମୁଠାଏ ଲୁଣକୁ ଗୋଟେ ଜାତିର ସ୍ଵାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ଵାଧୀନତା ସଂଗ୍ରାମ ସବୁଠି ତାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ହୋଇଯାଇଛି। ଜାତିର ପିତା ମହାତ୍ମାଗାନ୍ଧୀ,  ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । 

ଅହିଂସା ଉପାୟରେ ଦେଶରୁ ଇଂରେଜ ସରାକରଙ୍କୁ ତଡ଼ି ସ୍ଵାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ଵରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା। ଆମରଣ ଅନଶନରେ ବସି ସ୍ଵାଧୀନତାର ସ୍ଵପ୍ନ ଦେଖୁଥିବା ବାପୁ ବର୍ଷ ବର୍ଷ ଧରି  ଫିରିଙ୍ଗୀଙ୍କ କାଳକୋଠରୀରେ ଜେଲଦଣ୍ଡ ଭୋଗିଥିଲେ। 

ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍‌ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସବୁଆଡେ ତାଙ୍କ ଜୟନ୍ତୀ ପାଳନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଦିନ ବେଳର
9m ago
ଦିନ ବେଳର ଖବର ସଂକ୍ଷେପରେ
ଅର୍ଗସ ବ୍ୟୁରେୋ: ଆଜି ଗାନ୍ଧୀ ଜୟନ୍ତୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ... ସାରା ବିଶ୍ବରେ ପହଁଚାଇଥିଲେ ସତ୍ୟ ଓ ଅହିଂସାର ବାର୍ତ୍ତା... ସେପଟେ ଜନ୍ମଜୟନ୍ତୀରେ ଲାଲ୍ ବାହାଦୂର
ସ୍ବଚ୍ଛ ଭାରତ ମିଶନ
45m ago
"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ
ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକ
ହେଲିକପ୍ଟର କ୍ରାସ
ପୁଣେରେ ହେଲିକାପ୍ଟର କ୍ରାସ୍, ୩ ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ : ପୁଣେରେ ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଡାଣ ଭରିବା ସମୟରେ ଘଟିଥିଲା ଦୁର୍ଘଟଣା । ଅକ୍ସଫୋର୍ଡ ଗଲ୍ଫ କୋର୍