ଟ୍ୱିନ୍ ସିଟିରେ ଆରମ୍ଭ ହେଲା ଭସାଣୀ...
by Argus News
Mon, Oct 14 | 3:58 p.m.

ଭୁବନେଶ୍ୱର: ସରିଲା ଦଶହରା । ଆରମ୍ଭ ହେଲା ଭସାଣୀ ଯାତ୍ରା । ପାରମ୍ପରିକ ବାଦ୍ୟ ବଜାଇ, ଗୀତ ଗାଇ ମା' ଙ୍କୁ ଦିଆଯାଉଛି ବିଦାୟୀ । ଟ୍ୱିନ ସିଟିରେ ଆରମ୍ଭ ହୋଇଯାଇଛି ଭସାଣୀ । ଯେମିତି ମେଢ ବୁଲିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ ଠିକ୍ ସେମିତି ଭସାଣୀ ଦେଖିବାକୁ ଲୋକେ ଅନେଇ ରହିଥାନ୍ତି । କର୍ମମୟ ଜୀବନ ଭିତରୁ ସମୟ କାଢି ମା'ଙ୍କ ଭସାଣୀରେ ସାମିଲ୍ ହୋଇଥାନ୍ତି ।

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ ମା' ଦୁର୍ଗା । ଭୁବନେଶ୍ବରରେ ମୂର୍ତ୍ତି ବିସର୍ଜନ ପାଇଁ ଦୟା ନଦୀ, କୁଆଖାଇ, ଟଙ୍କପାଣି ସାଇ ମନ୍ଦିର ଆଦି ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ସମସ୍ତ ପୂଜା ମଣ୍ଡପ ନିୟମ ସହ ପରିବେଶ କଥା ଚିନ୍ତା କରି ବିସର୍ଜନ କରନ୍ତୁ ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି । 

ବିସର୍ଜନ ପୂର୍ବରୁ ମୂର୍ତ୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର ଇତ୍ୟାଦି ଆଭୂଷଣକୁ ବାହାର କରି ଅସ୍ଥାୟୀ ପୁଷ୍କରିଣୀରେ ପକାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି କଟକରେ ମୂର୍ତ୍ତି ବିସର୍ଜନ ଲାଗି ଦେବୀଗଡ଼ାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ମାଆଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡାରେ 3ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ଯେଉଁଠି ମାଆଙ୍କୁ ବିସର୍ଜନ କରାଯିବ । ଏହାଛଡ଼ା ପରିମଳ ଦୃଷ୍ଟିକୋଣରୁ ସବୁ ଯୋଜନା ହାତକୁ ମଧ୍ୟ ନିଆଯାଇଛି । 


 

ମୋହନ ମାଝୀ
13m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
22m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
57m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ