'ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା'
by Argus News
Sun, Dec 10 | 4:28 p.m.

କଟକ: ଶହ ଶହ କୋଟି ଟଙ୍କାର ମଦ ଘୋଟାଲାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ।  ଟଙ୍କାର ମାଲିକ କଂଗ୍ରେସ ଟଙ୍କା ରଖିଲେ ନବୀନ ପଟ୍ଟନାୟକଙ୍କ ପାଖରେ । ବିଜେଡି ଦଳର ଏଥିରେ ସମ୍ପୃକ୍ତି ଅଛି । ତାହା ନ ହେଲେ ଏଠାରେ ଅବକାରୀ ବିଭାଗ, ଭିଜିଲାନ୍ସ ସବୁଥାଇ କିଭଳି ଜାଣି ପାରିଲା ନାହିଁ । 
ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ବିଜେଡି ନେତା ମନ୍ତ୍ରୀ ସଂଶ୍ଲିଷ୍ଟ ଅଛନ୍ତି । ସେମାନେ ଯଦି ସଂଶ୍ଲିଷ୍ଟ ନାହାନ୍ତି ତାଙ୍କର ଯଦି ସତ ସାହସ ଅଛି ଉତ୍ତର ଦିଅନ୍ତୁ । ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା । ଏଥିରେ ବିଜେଡି ଦଳର ଯଦି କେହି ସଂଶ୍ଲିଷ୍ଟ ନାହାନ୍ତି ତାହା ହେଲେ ନବୀନ ବାବୁ ସିବିଆଇକୁ ଏ କେସ୍ ଦେବା ପାଇଁ ପ୍ରସ୍ତୁତ ତ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର ।

ସେପଟେ ଟଙ୍କା ପାହାଡ଼କୁ ଗଣି ଗଣି ଅଧିକାରୀ ହାଲିଆ । ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି ଜାରି ରହିଛି । ଏଯାବତ୍ ବଲାଙ୍ଗିର ଏସବିଆଇ ମୁଖ୍ୟଶାଖାରେ 164 କୋଟି ଟଙ୍କା ଗଣତି ସରିଲାଣି । 176ଟି ଟଙ୍କା ଭର୍ତ୍ତି ବସ୍ତାରୁ 106ଟି ବସ୍ତାର ଗଣତି ଶେଷ ହୋଇଛି । ଆଜି ଟଙ୍କା ଗଣାରେ 25ରୁ 30ଟି ମେସିନ୍ ସହ 50 ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଆଜି ଗଣତି ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେପଟେ ପଞ୍ଚମ ଦିନରେ ବି ଆୟକର ବିଭାଗର ଚଢାଉ ଜାରି ରହିଛି ।

ଏନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ମୋଦି ସରକାର କାହାକୁ ବି ଛାଡିବନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ହେବେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021