ରାଜଧାନୀରେ  ୫୦ଟଙ୍କାରେ ମିଳୁଛି ସୁନା
by Argus News
Mon, Apr 01 | 6:27 p.m.

ଭୁବନେଶ୍ୱର:  ୫୦ଟଙ୍କାରେ ସୁନା। ତାପୁଣି ରାଜଧାନୀରେ। ଥରେ ଦେଖିଲେ ଆଖି ହଟିବନି। ଆଉ କିଣିବାକୁ ନିଶ୍ଚୟ ମନ କହିବ। ଆପଣ ମାନେ ଭିଜୁଆଲରେ ଦେଖୁଥିବା ଏ ସବୁ ହେଉଛି ସୁନା ଅଳଙ୍କାର। ମାନେ ଓ୍ବାନ୍ ଗ୍ରାମ୍ ଗୋଲ୍ଡ। ସୁନା ପ୍ରେମୀଙ୍କ ପାଇଁ ସୁନାର ଭଣ୍ଡାର ଖୋଲି ଦେଇଛି ଓ୍ବାନଗ୍ରାମ୍ ଗୋଲ୍ଡ। .ଏବେ ଏ ସବୁ ଗହଣା ଏବେ ପକେଟ୍ ଫ୍ରେଣ୍ଡଲି। ସୁନା ଦର ୭୦ହଜାର ଅତିକ୍ରମ କଲାଣି। ଯେଉଁଥି ପାଇଁ ଦୋକାନ ଦୁଆରେ  ପାଦ ରଖିବାକୁ ଡର ଲାଗିଲାଣି। ଏପରି ସ୍ଥିତିରେ ସୁନା ପିନ୍ଧିବାକୁ ପସନ୍ଦ କରୁଥିବା ଲୋକେ କରିବେ କ'ଣ। ଖାସ୍ ସେମାନଙ୍କ ପାଇଁ ରାଜଧାନୀର ତମାଣ୍ଡୋ ଛକ ଡିଏନ୍ ରେଗାଲିଆ ନିକଟରେ ଖୋଲିଛି ଆରକେ ଗୋଲ୍ଡ ସୋରୁମ। .ଓ୍ବାନ ଗ୍ରାମ ଗୋଲ୍ଡ ଠାରୁ ଆରମ୍ଭ କରି ଟୁ-ଗ୍ରାମ୍ ଗୋଲ୍ଡ ଏଠାରେ ଉପଲବ୍ଧ...ମହିଳା ଓ ପୁରୁଷଙ୍କ ପାଇଁ ଭଳିକି ଭଳି ଡିଜାଇନର ହାର,ମଙ୍ଗଳସୂତ୍ର,ଚୁଡ଼ି,ଇୟର ରିଙ୍ଗ୍ , ହାତ ମୁଦି ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଇଲର ବ୍ରେସଲେଟ୍ ଏଠାରେ ରହିଛି।

ଏଠାରେ ୫୦ଟଙ୍କା ଠାରୁ ଆରମ୍ଭ କରି ୧୦ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟନ୍ତ ଡିଜାଇନ ଓ୍ବାନ ଗ୍ରାମ୍ ଗୋଲ୍ଡ ଉପଲବ୍ଧ ଥିବାବେଳେ ରାଣୀହାର ଯାହା ପ୍ରତିଟି ମହିଳାଙ୍କ ବେଶୀ ପସନ୍ଦ ସେହି ହାରର ଦାମ୍ ଏଠାରେ ମାତ୍ର ଦୁଇରୁ ୩ହଜାର ଟଙ୍କା ରହିଛି...ଖାଲି ସେତିକି ନୁହେଁ ଶହେ ଦୁଇ ଶହ ପାଞ୍ଚ ଶହ ଟଙ୍କା ମର୍ଯ୍ୟନ୍ତ ରହିଛି ହାତମୁଦିର ଦାମ୍॥ ଯାହାକି ବେଶ ମନଲୋଭା ହୋଇଛି। ତେବେ ସୋ-ରୁମ ଓନର ବିଶ୍ବରଂଜନଙ୍କ କହିବା କଥା ଏଠାରୁ କିଣିଥିବା ଜିନିଷ ସବୁକୁ ୬ମାସର ଗ୍ୟାରେଣ୍ଟି ଦିଆଯାଉଛି। ଯଦି ରଙ୍ଗରେ କୌଣସି ସମସ୍ୟା ଉପୁଜେ ତାହେଲେ ଏହାର ବଦଳାଇ ପୁନର୍ବାର ନୂଆ ଅଳଙ୍କାର ମଧ୍ୟ ନେଇ ପାରିବେ। ସେପଟେ ଏଠାକୁ ଆସୁଥିବା ଗ୍ରାହକ ମାନେ କହିଛନ୍ତି ସୋସିଆଲ ମିଡିଆରୁ ଭିଡିଓ ଦେଖି ଏଠାକୁ ସୁନା କିଣିବାକୁ ଆସିଛୁ। ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ୬ମାସର ଗ୍ୟାରେଣ୍ଟି ସହ ମିଳୁଥିବା ଏହି ଓ୍ବାନ ଗ୍ରାମର ଗୋଲ୍ଡ କିଣିବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ତେବେ ଯେଉଁମାନେ ସୁନା ପ୍ରେମୀ ସେମାନେ ତମାଣ୍ଡୋ ଛକରେ ଥିବା ଏହି ଆରକେ ଗୋଲ୍ଡକୁ ଯାଇ ସେମାନେ ସେମାନଙ୍କର ସୁନା ପିନ୍ଧିବାର ସୋପ୍ନକୁ ପୂରଣ କରିପାରିବେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ