ଶନି ଠାକୁରଙ୍କ ସୁନା ଆଖି, ରୂପା ମୁକୁଟ ଚୋରି କରିନେଲେ
by Argus News
Sat, Oct 26 | 2:31 p.m.

ଭୁବନେଶ୍ୱର: ଶନିବାରରେ ତାଡି ନେଇଗଲେ ଶନିଦେବଙ୍କ ଆଖି । ଏହା ସହ ଠାକୁରଙ୍କ ମୁକୁଟ ସହ ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ । ଶନିବାରରେ ଶନି ଠାକୁରଙ୍କ ସୁନାର ଆଖି ଓ ରୁପା ମୁକୁଟ ଦୁର୍ବୁତ୍ତମାନେ ତାଡି ନେଇଛନ୍ତି । ଘଟଣାଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦ ପାଟଣାରେ ଘଟିଛି । 

ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବାବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର କରିଥିଲେ । ଖବର ପାଇ ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି । ୨ ଜଣ ଦୁର୍ବୁତ୍ତ ଆଜି ଭୋର ପ୍ରାୟ ସାଢେ ୪ ଟା ରେ ମନ୍ଦିରରେ ପଶିଥିଲେ । ସେମାନେ ରେନି କୋର୍ଟ, ଟୋପି , ପାଦରେ ଚପଲ ପିନ୍ଧି ମୁହଁ ରେ କପଡା ବାନ୍ଧି ଥିବା ଦେଖା ଯାଇଛି । ଗ୍ୟାସ କଟର ସାହାଯ୍ୟରେ ମନ୍ଦିର ତାଲା କାଟି ଭିତରକୁ ପଶି ଅଳଙ୍କାର ଲୁଟ୍ କରି ଚମ୍ପଟ ମାରିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼
CHOLESTEROL
ହଠାତ୍ ଓଜନ ବୃଦ୍ଧି କୋଲେଷ୍ଟ୍ରଲ୍ର ସଂଙ୍କେତ
ଅର୍ଗସ ବ୍ୟୁରୋ: ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ କୋଲେଷ୍ଟ୍ରଲ ସ୍ତରକ
SPEED 10
Speed 10 : ସ୍କ୍ରୋଲ କରନ୍ତୁ, ପୁରା ଦିନର ଅପଡେଟ୍‌ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବନବିଭାଗ ପକ୍ଷରୁ ବିଛା ଯାଇଛି ଜନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ହାରିଲା ଭାରତ । ୧୧୩ ରନ୍‌ର