ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
by Argus News
Wed, Feb 21 | 12:05 p.m.

ଅର୍ଗସ ବ୍ୟୁରୋ: ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଦୀପ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ପ୍ରଦୀପ। ବର୍ତ୍ତମାନ ଆଞ୍ଚଳିକତାରୁ ଜାତୀୟତାବୋଧକୁ ଯିବାର ସମୟ ଆସିଛି ବୋଲି କହିଲେ ପ୍ରଦୀପ। ପ୍ରଦୀପ ଆଉ ମଧ୍ୟ କହିଛନ୍ତି ବାଜପେୟୀଙ୍କ ଆଶୀର୍ବାଦରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସମୟ ଆସିଛି ଏକ ଅନ୍ଧ, ମୁକ ବଧିର ସରକାରକୁ ତୁରନ୍ତ ହଟାଇବାକୁ ପଡ଼ିବ। ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । 

2009-2014 ରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଓଡ଼ିଶା ବିଧାନସଭା କୁ ନିର୍ବାଚିତ ହୋଇଥିଲେ।ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଧାନସଭାରୁ 2009 ରୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଓଡିଶା ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି ପ୍ରଦୀପ । 21-05-2014 ରୁ 06-05-2017 ପର୍ଯ୍ୟନ୍ତ ଗ୍ରାମୀଣ ଜଳ ଯୋଗାଣ ମନ୍ତ୍ରୀ ଏବଂ 21-05-2014 ରୁ 06-05-2017 ପର୍ଯ୍ୟନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସ୍ୱାଧୀନ) ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସେ ଲଗାତାର ୩ଥର ଗୋପଳପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ