ଦକ୍ଷିଣ ଓଡ଼ିଶାରେ ବିଜେଡି ପାଇଁ ବଢ଼ିଲା ଚ୍ୟାଲେଞ୍ଜ
by Argus News
Wed, Feb 21 | 7:10 p.m.

ଅର୍ଗସ ବ୍ୟୁରୋ : ୨୪ ଲଢ଼େଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ରାଜନୀତିରେ ବଡ଼ ହଲଚଲ । ସବୁ ଚର୍ଚ୍ଚା ଭିତରେ ବିଜେପିରେ ଯୋଗ ଦେଲେ ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମ ରାଜନୀତିର ଧୂରୀଣ, ଲଗାତାର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କଲେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି । ବିଜେପିରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କଲେ ପ୍ରଦୀପ । ସିଧା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଳି ଉଠାଇ ବର୍ଷିଲେ । କହିଲେ ବିଜେପିର ବିଜୟ ମିଶନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହୋଇ ଭୁବନେଶ୍ଵରରେ ପହଞ୍ଚିବ । 

ପ୍ରଦୀପ କହିଛନ୍ତି, ଓଡ଼ିଶାର ବିଜେଡି ସରକାର ଅନ୍ଧ, ମୁଖ, ବଧିର ପାଲଟିଛି । ୨୦୧୪ରୁ ବିଜେପି ପାଖରେ ଅଘୋଷିତ ଆତ୍ମସମର୍ପଣ କରି ଆସିଛି ବିଜେଡି । ଜାଣି ଜାଣି ବିଜେପି ସହ ସଂପର୍କ ଥିବା ବାର୍ତ୍ତା ତିଆରି କରୁଛି । ଓଡ଼ିଶାରେ ଅଫିସର ଶାସନକୁ ଟାର୍ଗେଟ କରି ପ୍ରଦୀପ କହିଲେ, ସଚିବାଳୟ ମନ୍ତ୍ରାଳୟ ହେବ । ଓଡିଶାରେ କମଳରୁ କମଳା ହେବ । କଲେଜ ନିର୍ବାଚନ ବନ୍ଦ, ଦାଦନ ସମସ୍ୟା, ଅର୍ଥନୈତିକ ପ୍ରଗତି ଓ ଲୋକ ସେବା ଭବନକୁ ସାମ୍ବାଦିକଙ୍କୁ ମନା ନେଇ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ ।

ପ୍ରଦୀପ ବିଜେପିରେ ମିଶିବା ପରେ ଆରମ୍ଭ ହୋଇଯାଇଛି ଅଙ୍କ କଷା । ଗଞ୍ଜାମ ତ‌ଥା ଦକ୍ଷିଣ ଓଡିଶା ରାଜନୀତି ଉପରେ କଣ ପଡ଼ିବ ପ୍ରଭାବ । ଏ ଚର୍ଚ୍ଚା ଏଥିପାଇଁ କାରଣ, ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ଵରେ ଥିଲେ ପ୍ରଦୀପ ପାଣିଗ୍ରାହୀ । ଏମିତି କି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ତାଙ୍କ ଆସନ ହିଞ୍ଜିଳି ସମେତ ଜିଲ୍ଲାରେ ଦଳର ଟିଟ୍ ବିଟ୍ ସବୁ ବୁଝୁଥିଲେ ପ୍ରଦୀପ । ଟିକେଟ ଦେବାଠୁ ଆରମ୍ଭ କରି ନିର୍ବାଚନ ପରିଚାଳନା, ଫଣ୍ଡ ମ୍ୟାନେଜମେଣ୍ଟ, ସବୁ କିଛି ଥିଲା ପ୍ରଦୀପଙ୍କ ଅଧୀନରେ । କିଛି ଦିନ ତଳେ କେବଳ ପ୍ରଦୀପ ବିଜେପି ଯୋଗ ଦେବା ଚର୍ଜାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଆଟାକ କରିଥିଲେ ବିଜେଡି ନେତା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହା ସହ ଗଞ୍ଜାମରେ ୫ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଉପରକୁ ଆକ୍ରମଣ ସହ ବିରୋଧ କରିଥିଲେ ବିଜେଡି କର୍ମୀ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ପ୍ରଦୀପଙ୍କୁ ବିଜେଡିର ଭୟ । ଅନ୍ୟ ପଟେ ଦୁର୍ବଳ ହେବାରେ ଲାଗିଛି ବିଜେଡିର ଗଞ୍ଜାମ ଗଡ଼, ଦଳରେ ଜୋର ଧରିଛି ଗୋଷ୍ଠୀ କନ୍ଦଳ । ଛତ୍ରପୁର, ଦିଗପହଣ୍ଡି, ଆସ୍କାରେ ତ ଅନ୍ତଃକନ୍ଦଳ ସୀମାପାର । ଏସବୁକୁ ମ୍ୟାନେଜ କରିବାକୁ ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ ପରେ ଦଳ ପାଖରେ ସେମିତି ବରିଷ୍ଠ ନେତା ବି ନାହାନ୍ତି। ଅନ୍ୟ ପଟେ ଗୋପାଳପୁରରେ ପ୍ରଦୀପଙ୍କ ସହ ଫାଇଟ ପାଇଁ ବିକ୍ରମ ପଣ୍ଡାକୁ ପ୍ରସ୍ତୁତ କରୁଛି ବିଜେଡି । ଗୋପାଳପୁର ସଂଗଠନ ଦାୟିତ୍ଵ ଏବେ ବିକ୍ରମ ବୁଝୁଛନ୍ତି । ତେବେ ବିଜେପିରେ ପ୍ରଦୀପ ସାମିଲ ହେବା କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି ବିଜେଡି ନେତା ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ