ଏବେ ବି ଦୁର୍ଗମରେ ବିକାଶ ଅପହଞ୍ଚ...
by Argus News
Sat, Dec 02 | 6:55 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମ ଇଲାକାରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ । ଦୁର୍ଗମ ପାହାଡ଼ ପର୍ବତ ଘେରରେ ଥିବା  ମୂତାଚୁଆଁକୁ ଯିବାକୁ ହେଲେ ଏଇ କଚ୍ଚା ରାସ୍ତା ଭରସା। ରୋଗ ହେଉ ବା ସାଧାରଣ ଲୋକ ସମସ୍ତଙ୍କ ପାଇଁ ସେହି ଭରସା । ଏପରିକି ପିଇବା ପାଣି ପାଇଁ ଆଦିବାସୀଙ୍କୁ ପ୍ରତିଦିନ ସଗ୍ରାମ କରିବାକୁ ପଡୁଛି। ଗାଁରେ ୩ ନଳକୂପ ଅଛି ସେଥିରୁ କମ ପାଣି ବାହାରୁଛି ଫଳରେ ପାଣି ଟିକକ ପାଇଁ ହଇରାଣର ଶିକାର ହେଉଛନ୍ତି ଗ୍ରାମବାସୀ।

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଓ ମାଓପ୍ରବଣ ଥୁଆମୁଲ୍ ରାମପୁର ବ୍ଲକ୍ କାର୍ଯ୍ୟାଳୟରୁ ୬ କିଲୋମିଟର ଦୂରରେ ଅବସ୍ଥିତ ମୂତାଚୁଆଁ ଗାଁ।  ଯେଉଁଠାରେ ରାସ୍ତାଘାଟ ଓ ପିଇବା ପାଣି ପାଇଁ ଏହି ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ମଧ୍ୟ ନକହିବା ଭଲ  ।  ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଛି। ଯାହାର ଯାହାର ଅବସ୍ଥା ଖରାପ। ଶିକ୍ଷକ କେବେ ଆସିଲେ କେବେ ନାହିଁ। ଏମିତିକି ସପ୍ତାହକୁ ୩ ଦିନ ପାଠ ପଢା ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। ବିକାଶର କଥା କହୁଥିବା ରାଜ୍ୟ ସରକାରଙ୍କ ନଜର କେବେ ପଡ଼ିବ ଏହି ଗାଁ ଉପରେ? ଏମିତି ଦୁର୍ଦ୍ଦିନରେ ଆଉ କେତେ ଦିନ ବସବାସ କରିବେ ମୂତାଚୁଆଁବାସି?

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ