ପରିଣତ ବୟସରେ ମିଳୁନି ଆବାସ
by Argus News
Sun, Feb 11 | 8:13 p.m.

ଅର୍ଗସ ବ୍ୟୁରୋ: ଖଣି ଖାଦାନରେ ଭରା କେନ୍ଦୁଝର ଜିଲ୍ଲା କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ଗାଁରେ ସରକାରୀ ଯୋଜନା ବାଟବଣା। ଏ ହେଉଛନ୍ତି ଦିନବନ୍ଧୁ ଷଡ଼ଙ୍ଗୀ ଏବଂ ତାଙ୍କ ପତ୍ନି ଉମା ଷଡ଼ଙ୍ଗୀ । ଟିକିଏ ଭଲ କରି ଦେଖନ୍ତୁ ଏ ଘରକୁ । ଘର ନୁହେଁତ ଝାଟି ମାଟିର କୁଡିଆ।  ଭଙ୍ଗା ଚାଳ ଛପର ଘର ଉପରେ ଜରି ପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଷଡ଼ଙ୍ଗୀ ଦମ୍ପତି। ଆବାସ ଯୋଜନାରେ ଘର  ଖଣ୍ଡିଏ ପାଇବା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ସାରିଲେଣି । ତଥାପି ଘର ଖଣ୍ଡିଏ ମିଳି ନାହିଁ।

କଣ୍ଟିପାଳ ଗାଁର ଅନେକ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ।  ପ୍ରଥମେ ହୋଇଥିବା ସର୍ଭେ ତାଲିକାରେ ନାମ ଥିଲା । କିନ୍ତୁ ପରବର୍ତୀ ସମୟରେ ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଗଲା । ଜାଣିଶୁଣି ସେମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି ଭାଗବତ ବେହେରା ଅଭିଯୋଗ କରିଛନ୍ତି ।   ଅନ୍ୟ ପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଦଳୀୟ ଭିତ୍ତିରେ ବିଜେଡି କର୍ମୀମାନଙ୍କୁ ଆବାସ ଦିଆଯାଇଛି। ତେଣୁ ଏହାର ସିବିଆଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି। ଗରିବଙ୍କୁ ବାସ ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆବାସ ଯୋଜନା। ମାତ୍ର ଯୋଜନାରୁ ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ