ଫେଲ ମାରିଛି ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା
by Argus News
Thu, Dec 07 | 6:43 p.m.

ଅର୍ଗସ ବ୍ୟୁରୋ:  ନାମ ବାବୁଲା ଭତରା , ବୟସ ୮ ବର୍ଷ , ଜନ୍ମ ରୁ ଭିନ୍ନକ୍ଷମ , ପିତା ମାତା ଦିନ ମଜୁରିଆ , କୁଲି ମଜୁରୀ କଲେ ପରିବାର ପ୍ରତିପୋଷଣ ହୁଏ । ଏମିତିରେ ପୁଅ ଭିନ୍ନକ୍ଷମ ଥିବାରୁ ପରିବାର ଲୋକେ ଚିନ୍ତା ରେ , ବାରମ୍ବାର ୱାର୍ଡ ମେମ୍ବର , ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ ଉପରେ ଆବେଦନ କରିଥିଲେ ମଧ୍ୟ ୮ ବର୍ଷ ହେଇଗଲା ମିଳୁନି ଭତ୍ତା । ଠିକ୍ ସେ କଥା କହିପାରୁନି ବାବୁଲା , ମାଟି ରେ ଘୋଷାଡି ଘୋଷାଡି ବୁଲୁଥିବା ବେଳେ କେମିତି କାହାର ଦୃଷ୍ଟି ପଡୁନି ଦିବ୍ୟାଙ୍ଗ ଶିଶୁ ଉପରେ ତାହା ବଡ ପ୍ରଶ୍ନ । ।

ଜିଲ୍ଲାରେ ଏମିତି ଅନେକ ଭିନ୍ନକ୍ଷମ ଅଛନ୍ତି ଆଜିବି ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବାବୁଲା ଙ୍କ ପିତା ଙ୍କୁ ଆବାସ ଗୃହ ସ୍ଵପ୍ନ ପାଲଟିଛି । ବାରମ୍ବାର ଲିଖିତ ଅନୁରୋଧ କରିବା ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚିତ , ଚାଳଛପର ଘରେ ଦିନ କରୁଛନ୍ତି । ଆବାସ ଗୃହ ପାଇଁ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ଗୁହାରି କରିଥିଲେ ମଧ୍ୟ ମିଳୁ ନାହିଁ ଗୃହ । ଏହି ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ବାବୁଲା ଙ୍କୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କି ପ୍ରକାର ସହାୟତା ଯୋଗାଇଦେବେ ତାକୁ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ