ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
by Argus News
Sun, Oct 06 | 7:20 p.m.

ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅକ୍ଟୋବର ୭ ତାରିଖ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆବେଦନର ଶେଷ ତାରିଖ । ଆସନ୍ତାକାଲି ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ୯ ତାରିଖ ମିଳିବ ସୁଭଦ୍ରା ସହାୟତା । ଯେଉଁଥିପାଇଁ ଆବେଦନ ଲାଗି ସବୁଠି ଲାଗୁଛି ଭିଡ । ଶନିବାର ସୁଦ୍ଧା ୯୯ ଲକ୍ଷ ୪୦ ହଜାର ଆବେଦନ ହୋଇ ସାରିଥିବା ବେଳେ ୭ ତାରିଖ ସୁଦ୍ଧା ସଂଖ୍ୟା ୧ କୋଟି ଛୁଇଁବାର ସମ୍ଭାବନା ଅଛି । ବାରିପଦାରେ ଯୋଜନାର ପ୍ରଥମ ହିତାଧିକାରୀ ଏବଂ ୧ କୋଟି ତମ ହିତାଧିକାରୀଙ୍କୁ ସମ୍ମାନିତ କରାଯିବ ।

ସୁଭଦ୍ରା ଯୋଜନା ଚାରି 'ସ' ପୂରଣ ପାଇଁ କାମ କରୁଛି । ସୁଭଦ୍ରାର ଅର୍ଥ ମହିଳାଙ୍କ ସଶକ୍ତିକରଣ, ସମ୍ମାନ, ସ୍ୱାଭିମାନ ଏବଂ ସମୃଦ୍ଧି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ ପୂର୍ବରୁ କୋଟିଏରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା । ସେପଟେ ୯ ତାରିଖର ଭବ୍ୟ ଆୟୋଜନ ପାଇଁ ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ଚାଲିଛି ପ୍ରସ୍ତୁତି । ସୁଭଦ୍ରା ସମ୍ମିଳନୀ ପାଇଁ ଛଉ ପଡିଆ ଓ କଲେଜ ପଡିଆରେ ଉତ୍ସବର ପରିବେଶ । ମଞ୍ଚ ସଜଡା ଠାରୁ ଆରମ୍ଭ କରି ଟେଣ୍ଟ ବାନ୍ଧିବାରେ ଲାଗି ପଡିଛନ୍ତି କାରିଗର । ଦାୟିତ୍ଵ ନେବା ପରେ ମୟୁରଭଞ୍ଜ ଜିଲ୍ଲାକୁ ପ୍ରଥମ ଥର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ଦେବା ପାଇଁ ବାରିପଦା ଆସିବା ଜାଣି ମହିଳାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । 

ସୁଭଦ୍ରା ଓଡ଼ିଶା ଇତିହାସର ସବୁଠୁ ବଡ଼ ଯୋଜନା । ଯେଉଁଥିରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇ ସ୍ଵାବଲମ୍ବୀ ହେବାର ରାହା ପାଇବେ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ମ୍ୟାଚ
47m ago
ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ଜିତିଲା ପ୍ରଥମ ମ୍ୟାଚ । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚର
ବେଆଇନ୍ ମେଡିସିନ୍
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ