ଆଜି କପିଳାସ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ
by Argus News
Tue, Dec 05 | 5:53 p.m.

ଅର୍ଗସ ବ୍ୟୁରୋ : ଦିନିକିଆ ଢ଼େଙ୍କାନାଳ ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ମହାମହିମ ପ୍ରଥମେ ସକାଳ ସାଢେ଼ ଦଶଟା ସମୟରେ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ମନ୍ଦିର ପ୍ରାଙ୍ଗଣରେ ବୁଲିବା ସହ ସେବାୟତଙ୍କ ଆଲୋଚନା କରିଥିଲେ । ପରେ ଦେଓଗାଁ ସ୍ଥିତ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ କୁନି କୁନି ପିଲାଙ୍କ ସହ ସମୟ ବିତାଇବା ସହ ଚକୋଲେଟ୍ ବାଣ୍ଟିଥିଲେ ମହାମହିମ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅଙ୍ଗନୱାଡି ସେଣ୍ଟରକୁ ବୁଲି ଦେଖିବା ସହ ସେଠାରେ ଥିବା ଅଭିଭାବକ ଓ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅଙ୍ଗନୱାର୍ଡି ବୁଲି ସାରିବା ପରେ ଦେଓଗାଁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ଶିକ୍ଷକ ଓ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । 

ବୁଲି ସାରିବା ପରେ ପିଲାମାନଙ୍କ ସହ ମିଶି ଫଟୋ ଉଠାଇଥିଲେ । ଏହାପରେ ବିଶ୍ଵନାଥ ପୂର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାରେ କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ବେଶ କିଛି ସମୟ ଭାବ ବିନିମୟ କରିଥିଲେ । ପାଠପଢା, ଖେଳ କିଭଳି ଚାଲିଛି ସେନେଇ ପିଲାଙ୍କ ଠାରୁ ପଚାରି ବୁଝିଛନ୍ତି ମହାମହିମ ।

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021