ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା
by Argus News
Mon, Feb 26 | 6:11 p.m.

ନୟାଗଡ: ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଟାଙ୍କି ଅଛି ହେଲେ ଆସୁନି ପାଣି । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି 40 ରୁ ଉର୍ଦ୍ଧ୍ୱ ପରିବାର । ଦେଖୁନାହାନ୍ତି କିଭଳି ନଳକୂପ ଆଗରେ ଥୁଆ ହୋଇଛି ମାଳ ମାଳ ଗରା ବାଲଟି । ରାତି ପାଇଲେ ପାଣି ପାଇଁ ଲାଗୁଛି ଏମିତି ଲାଇନ । ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡ଼ବାଣିକିଲୋ ନୁଆସାହିର ।

ପଂଚାୟତର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ 60 ଲକ୍ଷ ଟଙ୍କା ବ୍ୟୟ ବରାଦରେ ବସୁଧା ଯୋଜନା ଦ୍ଵାରା ନିର୍ମାଣ ହୋଇଥିଲା 40 ହଜାର କ୍ଷମତା ବିଶିଷ୍ଟ ଓଭର ହେଡ଼ ପାଣି ଟାଙ୍କି । ନିର୍ମାଣ ହେବାର 10 ବର୍ଷ ପରେ ବି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଗଡ଼ବାଣିକିଲୋ ନୁଆସାହିର ଲୋକେ ।

ସେପଟେ ଗ୍ରାମରେ ଦୁଇଟି ନଳକୂଅ ଥିବାବେଳେ ଗୋଟିଏ ନଳକୂଅରୁ ଦୂଷିତ ପାଣି ବାହାରୁଥିବାବେଳେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି ଗ୍ରାମର 40ରୁ ଉର୍ଦ୍ଧ୍ୱ ପରିବାର । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଏଠାକାର ଗ୍ରାମବାସୀ ।

ଏମିତି ବି ବେଳେ ବେଳେ ଆବଶ୍ୟକୀୟ ମୁତାବକ ପାଣି ବାହାରୁ ନଥିବାରୁ ଦୂଷିତ ପାନୀୟ ଜଳରେ ଶୋଷ ମେଣ୍ଟାନ୍ତି ଏଠାକାର ଲୋକେ । ପ୍ରତିଦିନ ପାଣି ପାଇଁ ଏଠି ଚାଲେ ସଂଘର୍ଷ । ଇଏ ଆଜି କିମ୍ବା କାଲିର ଘଟଣା ନୁହେଁ ବର୍ଷ ବର୍ଷ ଧରି ଏଭଳି ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀ । 

ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ହୋଇନି ସମସ୍ୟାର ସମାଧାନ । ବସୁଧା ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ