ଏଣିକି ମାଗଣା ମିଳିବ ମହାପ୍ରସାଦ , ବର୍ଷକୁ ଖର୍ଚ୍ଚ ହେବ ୧୫ କୋଟି !
by Argus News
Mon, Oct 14 | 2:31 p.m.

ଅର୍ଗସ ବ୍ୟୁରୋ: ଦୁଇଦିନ ପରେ କୁମାରପୂର୍ଣ୍ଣିମା । ପୁରୀକୁ ଛୁଟିବ ହବିଷ୍ୟାଳୀଙ୍କ ଭିଡ଼ । କାହିଁ କେତେ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ହେବ ସମାଗନ । ଏହାରି ଭିତରେ ଭକ୍ତଙ୍କୁ ମାଗଣା ଅବଢା ମିଳିବା ଘୋଷଣା ହେବା ପରେ ପୁରା ରାଜ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ ସ୍ଵାଗତ କରାଯାଉଛି । 

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ । ଖୁବଶୀଘ୍ର ଏନେଇ ଯୋଜନା ଆରମ୍ଭ କରୁଛନ୍ତି ରାଜ୍ୟ ସରକାର । କେମିତି ଓ କେଉଁଠାରେ ଭକ୍ତଙ୍କୁ ଅବଢା ମିଳିବ ସେନେଇ ଆଲୋଚନା ଆରମ୍ଭ ହେଲାଣି । କାରଣ ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହ ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏହି ଯୋଜନା ଲାଗି ଯଦି କୌଣସି ବଦାନ୍ୟ ବ୍ୟକ୍ତି ଦାନ କରିବାକୁ ଚାହୁଁଛନ୍ତି ତେବେ ସ୍ଵାଗତ କରାଯିବ । ଖାଲି ଏତିକି ନୁହେଁ ଭକ୍ତ ମଧ୍ୟ ଦାନ କରିପାରିବେ । ସେପଟେ କିନ୍ତୁ ମହାସୁହାର ନିଯୋଗ ସ୍ପଷ୍ଟ କରିଛି ଦାନ ଟଙ୍କାରେ ଯୋଜନା ସଫଳ ହୋଇପାରିବ ନାହିଁ ।

ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଏଥିପାଇଁ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ଏଥିଲାଗି ଦାନ କରିବାକୁ ସେ ସମର୍ଥ ଭକ୍ତଙ୍କୁ ଅପିଲ କରିଛନ୍ତି । ଏନେଇ କିଛି ଭକ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇଛି । ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ପଡୋଶୀ ମହାପ୍ରସାଦ ଲାଗି ଅପେକ୍ଷା କରିରହିଥାନ୍ତି । ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରିବାକୁ ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିବା ଆଇନ ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ପ୍ରତିଦିନ ଶ୍ରୀମନ୍ଦିରକୁ ପ୍ରାୟ ୫୦ ହଜାର ଭକ୍ତ ଆସୁଛନ୍ତି । ପର୍ବ ପର୍ବାଣୀ, ନୂଆ ବର୍ଷ ଓ ଛୁଟିଦିନଗୁଡ଼ିକରେ ଦେଢ଼ ଲକ୍ଷରୁ ୨ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ସେସବୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରାଯାଉଛି । ସେପଟେ, ଆଉ କିଛି ବରିଷ୍ଠ ସେବାୟତଙ୍କ ମତ ହେଲା ଅନ୍ୟ ଧାର୍ମିକ ସ୍ଥଳ ଭଳି ଜଗନ୍ନାଥ ମନ୍ଦିରରେ ବି ଭକ୍ତଙ୍କୁ ବସେଇ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉ । ଏପଟେ ଭକ୍ତ କିନ୍ତୁ ଏମିତି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି । ପୂର୍ବରୁ ବି ବିଜେଡି ସରକାର ସମୟରେ ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବାବେଳେ ଏହି ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିନଥିଲା । ହେଲେ ରାଜ୍ୟରେ ନୂଆ ସରକାର ଆସିବା ପରେ ଯୋଜନା କେମିତି ଚାଲୁଛି ତାହା ସମୟ କହିବ ।

 

ମୋହନ ମାଝୀ
11m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
19m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
54m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ