କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେଲା ହମାସ ମୁଖ୍ୟ ୟାହୟା ସିନୱାର !
by Argus News
Fri, Oct 18 | 6:23 p.m.

ଅର୍ଗସ ବ୍ୟୁରୋ : କିଛିଦିନର ବ୍ୟବଧାନ ପରେ ପୁଣି ହମାସ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ଖାଲି ଆକ୍ରମଣ କରିଛି ତାହା ନୁହେଁ ବରଂ ହମାସର ମୁଖ୍ୟ ୟାହୟା ସିନୱାରକୁ ନିପାତ କରାଯାଇଥିବା ଦାବି କରିଛି ଇସ୍ରାଏଲ । କାରଣ ପୂର୍ବରୁ ସିନୱାରକୁ ନିପାତ କରାଯାଇଥିବା ଖବର ଆସିଥିଲା ହେଲେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା କି ସେ ଜୀବିତ ବୋଲି । ଏହାପରେ ଟେନସନ ହୋଇଥିଲା ଇସ୍ରାଏଲ । କେମିତି ତାକୁ ନିପାତ କରାଯିବ ସେନେଇ ବ୍ଲୁ-ପ୍ରିଣ୍ଟ କରିଥିଲେ ଇସ୍ରାଏଲର ଜେନେରାଲ । ବାସ୍‌ ଏବେ ହମାସ ଉପରେ ଜୋରଦାର ଆକ୍ରମଣ କରାଯିବା ସହିତ ସିନୱାରକୁ ନିପାତ କରାଯାଇଛି ।

ପୁଣି ଅଶାନ୍ତ ହେଲା ମଧ୍ୟ ପ୍ରାଚ୍ୟ । ଗାଜା ଷ୍ଟ୍ରିପରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ । ଏହି ଏୟାରଷ୍ଟ୍ରାଇକ୍‌ରେ ସଫା ହେଲା ହମାସ ମୁଖ୍ୟ ୟାହୟା ସିନୱାର । ସିନୱାରର ମୃତ୍ୟୁ ସମ୍ପର୍କରେ ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଛି । ସେପଟେ ସ୍ପଷ୍ଟୀକରଣ ରଖିଛି ଇସ୍ରାଏଲ । କହିଛି, ସିନୱାର ଯେଉଁ ବିଲ୍ଡିଂରେ ଥିଲା ଖବର ମିଳିବା ପରେ ସେହି ଘରକୁ ଟାର୍ଗେଟ୍‌ କରାଯାଇଥିଲା । ଏହି ଟାର୍ଗେଟ୍‌ରେ ସିନୱାର ସହ ଅନେକ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି । କିନ୍ତୁ ସାଧାରଣ ଲୋକଙ୍କ ଏଥିରେ ଜୀବନ ଯାଇଛି କି ନାହିଁ ସେନେଇ କୌଣସି ସୂଚନା ମିଳିପାରିନାହିଁ । 

ପୂର୍ବରୁ ସିନୱାର ମୃତ ବୋଲି ଦାବି କରାଯାଇଥିବା ପରେ ବି ସେ ଜୀବିତ ଥିଲା । ତେଣୁ ଏଥର ମଧ୍ୟ ସିନୱାର ନିପାତ ବୋଲି ଦାବି କରାଯାଉଛି । କିନ୍ତୁ ସେନେଇ ଅଧିକ ଯାଂଚ କରାଯାଉଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଇସ୍ରାଏଲ ଜେଲରେ ଥିବା ବେଳେ ସିନୱାରର ଡିଏନଏ ସଂଗ୍ରହ କରାଯାଇଥିଲା । ଏବେ ମୃତ ୩ ହମାସ ସଦସ୍ୟଙ୍କ ଡିଏନଏକୁ ଏଥିରେ ମେଳ କରାଯାଇ ପୂରା ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବ ବୋଲି ଇସ୍ରାଏଲ ସେନା କହିଛି ।

ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସିନୱାର । ସେଇଥି ଲାଗି ତ ତାକୁ ନିପାତ କରିବା ଲାଗି କସରତ କରୁଥିଲା ଇସ୍ରାଏଲ । ଖାଲି କସରତ କରୁଥିଲା ତାହା ନୁହେଁ ବରଂ ବ୍ଲୁ-ପ୍ରିଣ୍ଟ ବି କରିଥିଲା । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଉତ୍ତର ଗାଜାର ଜବାଲିଆରେ ସାମରିକ ଅପରେସନ୍‌ ତୀବ୍ର କରିଥିଲା ଇସ୍ରାଏଲ । ତେଣୁ ସ୍ଥାନୀୟ ନାଗରିକମାନେ ତୁରନ୍ତ ଅଞ୍ଚଳ ଛାଡ଼ି ଦକ୍ଷିଣକୁ ଚାଲିଯିବା ପାଇଁ ଆଇଡିଏଫ୍‌ ପକ୍ଷରୁ ଅନୁ‌ରୋଧ କରାଯାଇଥିଲା । ତାହାରି ଭିତରେ ଉତ୍ତର ଗାଜାକୁ ମାନବୀୟ ସହାୟତା ଯୋଗାଣ ବନ୍ଦ ପାଇଁ ଯୋଜନା ହୋଇଥିଲା । କାରଣ ଇସ୍ରାଏଲ ଚାହୁଁଛି ହମାସ୍‌ ଆତଙ୍କବାଦୀଙ୍କୁ ଭୋକରେ ମାରିବାକୁ । କିନ୍ତୁ ଆତଙ୍କୀଙ୍କ ସହ ସାଧାରଣରେ ଲୋକେ ବି ଭୋକରେ ମରିଯିବେ ବୋଲି କୁହାଯାଉଛି । ହେଲେ ସିନୱାର ନିହତ ହୋଇଥିବାରୁ କିଛି ସମୟ ପାଇଁ ଯୁଦ୍ଧବିରତୀ କରିପାରେ ଇସ୍ରାଏଲ ।
 

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ