କଠିନ ପରିଶ୍ରମର ଫଳ ପାଇଛି ପୁଅ
by Argus News
Sun, Oct 20 | 6:41 p.m.

ଅର୍ଗସ ବ୍ୟୁରୋ:  ବାପା ମଜୁରୀ କରୁଥିଲା। ସେଥିରୁ ଯେତିକି ରୋଜଗାର ହେଲା ସେତିକିରେ ପରିବାର ଚଳୁଥିଲା । ଅଭାବୀ ପରିସ୍ଥିତିରେ କିନ୍ତୁ ନିଜ ଲକ୍ଷ୍ୟ ପୂରଣ କରିବାର ଜୁ କେବେ ଛାଡିନଥିଲେ ପୁଅ ସନ୍ତୋଷ । ରାତିଦିନ ଏକ କରି ପାଠ ପଢୁଥିଲେ, ଆଉ ଏବେ ସଫଳତା ପାଇଲେ । ଗରୀବ ଅନାଟନରେ ଜୀବନ ଆରମ୍ଭ କରିଥିବା ପିଲା ଆଜି ଓଏଏସ୍ ୧୭୬ ନମ୍ବର ରେ ଉତ୍ତୀର୍ଣ୍ଣ ହୋଈ ଆଜି ସୁନ୍ଦରଗଡ ପାଇଁ ଗୌରବ ଆଣିଛନ୍ତି ।ସୁନ୍ଦରଗଡ କୋଇଡାର ପୁଅ ପୁଅ ସନ୍ତୋଷ। ବାପା ଶରତ ଚନ୍ଦ୍ର କର ଦିନ ମଜୁରିଆ ଭାବେ ଗୋଟିଏ ବେସରକାରୀ ପ୍ରେସ ପ୍ରିଟିଂ ରେ କାମ କରୁଥିଲେ । ସେଥିରେ ଯାହା ରୋଜଗାର ହୁଏ ସେଥିରେ ସଂସାର ଚଳେ। କିନ୍ତୁ ପିଲାଙ୍କ ପାଠ ପଢାରେ ଅବହେଳା କରି ନଥିଲେ ଶରତ।

ପ୍ରଥମ ଥରରେ ଓଏସ ବାଜିମାତ କରିଥିବା ସନ୍ତୋଷ କୁହନ୍ତି ମୁଁ ଗରୀବ ଅନଟନରେ ବଢ଼ିଛି ମୁଁ ଜାଣିଛି କିମିତି ଦୁର୍ଗମ ଅଞ୍ଚଳରେ ଲେକେ ଖାଈବାକୁ ପାଇଁ ପାରୁନାହାନ୍ତି, ଭତା ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି । ମୁଁ ସମସ୍ତଙ୍କୁ ସେବା କରିବି, ସମସ୍ତ ଦୁର୍ଗମ ଅଞ୍ଚଳରେ କିମିତି ବିକାଶ  କରିବାକୁ ଚେଷ୍ଟା କରିବି।ବିନା କୋଚିଙ୍ଗରେ ମୋବାଇଲର ଓ ଇଣ୍ଟରନେଟର ସୁବିନିଯୋଗ କରି ଏବେ ସନ୍ତୋଷ ଓଏସ କ୍ଲିଅର କରି ପାରିଛନ୍ତି। ଆଗକୁ ୟୁପିଏସି ଦେଇ ଆହୁରି ସଫଳତାର ସିଢି ଚଢିବାକୁ ସେ ଆଶାବାଦୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା