ଢେଙ୍କାନାଳରେ ବିଜେପିର ମେଗା ମିଶ୍ରଣ ପର୍ବ
by Argus News
Sat, Apr 13 | 7:45 p.m.

ଅର୍ଗସ ବ୍ୟୁରୋ : ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂଦେଓ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ନେତା ରଣବୀର ସିଂହ, ହିନ୍ଦୋଳ ଏନଏସିର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ପାଲଲହଡା ନିର୍ବାଚନ ମଣ୍ଡଳୀର ବୁରୁକୁନାର ସରପଞ୍ଚ ଗୋପବନ୍ଧୁ ବେହେରାଙ୍କ ସମେତ  ଅନେକ ସାମାଜିକ ନେତୃତ୍ବ ତଥା ଜନପ୍ରତିନିଧି ପଦ୍ମ ଧରିଛନ୍ତି । 

ମୋଦିଙ୍କୁ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ଲକ୍ଷ୍ୟରେ ବିଜେପିରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ  ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବି ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବ ।  ବିଜେପିରେ ମିଶିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ଆଜି ହିଁ ସେ ବିଜେଡିରୁ ଇସ୍ତଫା  ଦେଇଥିଲେ । 

ଅଧିକ ପଢନ୍ତୁ ଓଡିଶା ଖବର

ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଥିବା ଅଜୟ ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ। ବ୍ୟୋମକେଶଙ୍କୁ ପୁଣି ବିଜେଡି ଟିକେଟକୁ ସେ ବିରୋଧ କରୁଥିଲେ । ଗୋଟିଏ ପଟେ ବିଜେଡି ନେତୃତ୍ବଙ୍କ ପ୍ରତି ଦଳୀୟ ନେତାଙ୍କ ଅସନ୍ତୋଷ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇଛି ଶଙ୍ଖ ଛାଡ଼ି ପଦ୍ମ ଧରୁଛନ୍ତି ଶାସକ ଦଳର ବହୁ ନେତା ଓ କର୍ମୀ ।
 

REPOLLING
20m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
24m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
27m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍