ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
by Argus News
Sat, Sep 28 | 7:40 a.m.

ଅର୍ଗସ ବ୍ୟୁରୋ:  ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25 ତାରିଖରେ ସୋନିପତରେ ଏବଂ 18 ତାରିଖରେ ହରିଆଣା ଅମ୍ବାଲାରେ ବିଶାଳ ରାଲି କରି ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଥିଲେ ମୋଦି । ଆସନ୍ତା ଅକ୍ଟୋବର 5ରେ ହରିୟାଣାରେ ହେବାକୁ ଯାଉଛି ନିର୍ବାଚନ । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରିୟାଣା ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିକାଶକୁ ନେଇ ଜନତା ଖୁସି ଥିବାରୁ ବିରୋଧୀ କଂଗ୍ରେସ ପାଖରେ ଏବେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍
ISRAEL
ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ
ଅର୍ଗସ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6
ELECTIONS
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25