ହାଥରସ ଘଟଣା , ୧୨୧ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ପୁରା ଘଟଣା
by Argus News
Thu, Jul 04 | 12:52 p.m.

ଅର୍ଗସ ବ୍ୟୁରୋ : ଗତକାଲିର ଅତ୍ୟନ୍ତ ହୃଦୟ ବିଦାରକ ହାଥରସ ଘଟଣା । ଯାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଚାହୁଁ ଚାହୁଁ ମୃତ୍ୟୁର କରାଳ ଆଁରେ ହଜିଗଲା ୧୨୧ ଜଣଙ୍କର ଜୀବନ । କିଏ ନିଜ ମାଆକୁ ହରାଇ ମୁଣ୍ଡପିଟି କାନ୍ଦୁଛି, ତ କିଏ ନିଜ ପରିବାରରେ ସମସ୍ତଙ୍କୁ ହରାଇ ନିସ୍ତବ୍ଧ ହୋଇଯାଇଛି । ଗୋଟିଏ ଜୀବନ ବଞ୍ଚାଇବା ପାଇଁ  ଆମେ ଯେତେବେଳେ ଠାକୁରଙ୍କ ପାଖରେ ମୁଣ୍ଡ ପିଟି କାନ୍ଦନ୍ତି, ସେତେବେଳେ ଏତେ ଜଣଙ୍କର ଜୀବନ ଚାଲିଯିବାଟା ସହଜରେ ଗ୍ରହଣ କରିହେବ କି ?

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ , କାହିଁକି ପ୍ରକୃତରେ ହାଥରସରେ ହୋଇଥିଲା ଦଳାଚକଟା ? ଏ ମୃତ୍ୟୁ ପଛର କଣ ରହିଛି ସତ୍ୟତା ? 
ତେବେ ପୁରା ଘଟଣା ହେଉଛି, ଗତକାଲି ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ଫୁଲରାଇ ମୁଘଲଗରି ଗାଁରେ ନାରାୟଣ ସାକର ହରି ଓରଫ ଭୋଲେ ବାବାଙ୍କର ଏକ ସତସଙ୍ଗ ଚାଲିଥିଲା । ଅପରାହ୍ନ ୧୨.୩୦ବେଳେ ବାବାଙ୍କ ସତସଙ୍ଗ ଆରମ୍ଭ ହୋଇଥିଲା । ଏହି ସ୍ଥଆନରେ ମାତ୍ର ୫ ହଜାର ଲୋକ ଏକାଠି ହେବାର ସୁବିଧା ଥିଲା । ହେଲେ ସେଠାରେ ୧୫ ହଜାର ଭକ୍ତ ବାବାଙ୍କ ଭାଷଣ ଶୁଣିବା ପାଇଁ ଆସିଥିଲେ । ଏବଂ ଅନେକ ଭକ୍ତ ନିକଟରେ ଥିବା GT ରୋଡରେ ମଧ୍ୟ ଛିଡା ହୋଇଥିଲେ । ରିପୋର୍ଟ ମୁତାବକ, ବାବାଙ୍କ ଭାଷଣ ସରିବା ପରେ କିଛି ଆଶୀର୍ବାଦ ନେବାପାଇଁ ଅନେକ ଲୋକ ବାବାଙ୍କ ନିକଟକୁ ଯିବାପାଇଁ ଦୌଡିବାକୁ ଲାଗିଥିଲେ । ଏହି ସମୟରେ କମ ଯାଗା ହୋଇଥିବାରୁ ଲୋକ ଅଣନିଶ୍ବାସୀ ହୋଇଯାଇଥିଲା । ଏବଂ ସେଠାରେ କିଛିଜଣ ବାଡିରେ ପ୍ରହାର କରୁଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ବାରା ସୂଚନା ମିଳିଥିଲା । ଯାହାଦ୍ବାରା ଲୋକ ଏକା ସାଙ୍ଗରେ ବାହାରକୁ ଯିବାପାଇଁ ଚେଷ୍ଟା କରୁଥିବା ବେଳେ ଦଳାଚକଟାରେ ଅନେକ ଲୋକଙ୍କ ଜୀବନ ଯାଇଥିଲା ।  

ଯେତିକି ଲୋକଙ୍କୁ ଯିବା ପାଇଁ ସେହି ସ୍ଥାନକୁ ଅଥୋରିଟି ଦ୍ବାରା ଅନୁମତି ଦିଆଯାଇଥିଲା, ତା ଠରୁ ଖୁବ ଅଧିକ ଲୋକ ସେହି ସ୍ଥାକୁ ଯାଇଥିଲେ । ଯାହାଦ୍ବାରା ଏପରି ସଂଖ୍ୟାରେ ମୃତ୍ୟ ହୋଇଛି ।
ଯଦି ଦେଖାଯାଏ , ତେବେ ପୂର୍ବରୁ ମଧ୍ୟ କେତୋଟି ଘଟଣା ଏପରି ଘଟିଥିଲା, ଯେଉଁଠି ଅନେକ ଭକ୍ତଙ୍କର ମୃତ୍ୟୁ ହୋଇଥିଲା ।
ଦୁଇବର୍ଷ ପୂର୍ବେ ୨୦୨୨ରେ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣବ ଦେବୀ ମନ୍ଦିରରେ ଭିଡ ଯୋଗୁଁ ପାଖାପାଖୀ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେହିପରି ୨୦୧୩ ଅକ୍ଟୋବରରେ ମଧ୍ୟପ୍ରଦେଶର ରତ୍ନଗଡ ମନ୍ଦିରରେ ନବରାତ୍ରୀ ଉତ୍ସବ ବେଳେ ପାଖରେ ଥିବା ଏକ ବ୍ରିଜ ଭାଙ୍ଗିଯିବାରୁ ଦଳାଚକଟା ହୋଇ ପ୍ରାୟ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । 
ସେହିପରି ୨୦୧୩ରେ ପାଟନାର ଗାନ୍ଧୀ ମୈଦାନରେ ଦଳାଚକଟା ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା । 
୨୦୦୮ ସେପ୍ଟେମ୍ବରରେ ରାଜସ୍ଥାନ ଚାମୁଣ୍ଡାଦେବୀ ମନ୍ଦିରରେ ଦଶହରା ଉତ୍ସବ ବେଳେ ଦଳାଚକଟା ହୋଇ ୨୨୪ ଜଣଙ୍କର ଜୀବନ ଚାଲିଯାଇଥିଲା ।
୨୦୦୫ ଜାନୁଆରୀରେ ମହାରାଷ୍ଟ୍ରର ମନ୍ଧାର ଦେବୀ ମନ୍ଦିରରେ ଦଳାଚକଟାରେ ପ୍ରାୟ ୩୪୦ ଜଣଙ୍କର ଜୀବନ ଚାଲିଯାଇଥିଲା ।

ତେବେ ହାଥରସର ଏପରି ଘଟଣାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି , ଯଦି ସେହି ସ୍ଥାନରେ ଯିବା ଏବଂ ଆସିବା ସ୍ଥାନ ଦୁଇଟି ହୋଇଥାନ୍ତା ତେବେ ଏପରି ଦୁର୍ଘଟଣା ହୋଇନଥାନ୍ତା । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅନେକ ଜଣଙ୍କ ତରଫରୁ ମତ ମିଳିଛି । 

 

ଯୋଗୀ
11m ago
ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନା ଦେଲେ ଯୋଗୀ
ଅର୍ଗସ ବ୍ୟୁରୋ : ଉତ୍ତରପ୍ରେଦଶର ଆମେଠି ହତ୍ୟା ମାମଲାରେ ପୀଡିତ ପରିବାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତ
ରାଜଭବନ ରାଜନୀତି
57m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ