ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନା ଦେଲେ ଯୋଗୀ
by Argus News
Sat, Oct 05 | 5:05 p.m.

ଅର୍ଗସ ବ୍ୟୁରୋ : ଉତ୍ତରପ୍ରେଦଶର ଆମେଠି ହତ୍ୟା ମାମଲାରେ ପୀଡିତ ପରିବାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ଆଶ୍ବାସନା । ଏହି ଆଲୋଚନାରେ ପୀଡିତ ପରିବାରର ୨ ଜଣ ମହିଳା ଉପସ୍ଥିତ ଥିଲେ। ଏହାଛଡା ଆମେଠିର ଉଚ୍ଚାହାରରୁ ବିଧାୟକ ଥିବା ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ । ଏହାକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାର ସଂପୂର୍ଣ୍ଣ ସମ୍ବେଦନା ଏବଂ ପ୍ରତିବଦ୍ଧତା ସହ ଶୋକ ସନ୍ତପ୍ତ ପରିବାର ସହ ରହିଛି।

ଅଧିକ ପଢନ୍ତୁ ଭାରତ ଖବର

ପୀଡିତ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲେଖିଛନ୍ତି ଯୋଗୀ । କିଛି ଦିନ ତଳେ ଆମେଠିରେ ଜଣେ ଶିକ୍ଷକଙ୍କ ପରିବାରର ୪ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହାପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ତେବେ ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ଏସଟିଏଫର ନୋଏଡା ୟୁନିଟ୍ ଜଣେ ଅଭିଯୁକ୍ତକୁ ଜେବର୍ ଟୋଲ୍ ନିକଟରୁ ଗିରଫ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତ ପରିବାରକୁ ଭେଟିଛନ୍ତି।

ROAD
7m ago
୭୦ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା
ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜୁନାଗଡ଼ ବ୍ଲକର ରାଜପୁର ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗାଁର ମାଝୀପଡା। ୫୦ରୁ ଉର୍ଦ୍ଧ୍ଭ ଲୋକ ରହୁଥିବା ଏହି ଗାଁକୁ ନାହିଁ ରାସ୍ତା । ପ୍ରାୟ ୭୦ ବର୍
କାର୍ତ୍ତିକ ମାସ
8m ago
ଏଥର ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି...
ପୁରୀ: ଆସନ୍ତା 18 ତାରିଖରୁ ଆରମ୍ଭ ହେବ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍
ଜୈବ ବିବିଧତା
17m ago
ମହୁ ଚାଷ ଦ୍ୱାରା ଜୈବ ବିବିଧତା ସନ୍ତୁଳନ ସମ୍ଭବ: ଡକ୍ଟର ଶସନୀ
ଭୁବନେଶ୍ୱର: ପୁଷ୍ପ କୃଷି ମିଶନ ଜରିଆରେ ଜୈବ ବିବିଧତାକୁ ସନ୍ତୁଳନ କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଫୁଲ ଚାଷ ସହ ମହୁ ମାଛି ଚାଷ କୁ ଗୁରୁତ୍ଵ ଦେଉଛି । ଏହ