ସକାଳେ ଖାଲି ପେଟରେ ଖଜୁରୀ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ଵଢିଥାଏ
by Argus News
Sun, Apr 21 | 6:13 p.m.

ଅର୍ଗସ ବ୍ୟୁରୋ: ଯଦି ଆପଣ  ଖଜୁରୀ ଖାଆନ୍ତି ଆପଣଙ୍କ ଶରୀର ସୁସ୍ଥ୍ୟ ରହିଵ ।ତେବେ ଖାଇବା ପାଇଁ ଉପଯୁକ୍ତ ସମୟ ଜାଣନ୍ତୁ ଏବଂ କେତେ ଖାଇବେ ।

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଆସନ୍ତୁ ଜାଣିଵା ଏହି  ଫଳ ଦିନରେ କେବେ ଏବଂ କିପରି ଖାଇବା ଉଚିତ୍ ଏଥିସହ ଗୋଟିଏ ଦିନରେ କେତେ ଖାଇବା ଉଚିତ୍ । କାଜୁ ଏବଂ ବାଦାମ ପରି ଖଜୁରୀ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ । କ୍ୟାଲସିୟମ୍, ଫାଇବର, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍ B6 ଏବଂ ଆଇରନ୍ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ 

ଖଜୁରୀ  ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ । ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଆନ୍ତି ତେବେ ଏପରି ଖାଇଵା ଦ୍ଵାରା ହଜମ ଶକ୍ତି ଵଢିଇଵ ।  

ସକାଳେ ଖାଇବାର ଉପକାର 
ଗ୍ଲୁକୋଜ, ଫ୍ରୁକଟୋଜ ଏବଂ ସୁକ୍ରୋଜ୍ ବହୁ ପରିମାଣରେ ଖଜୁରୀରେ ଥାଏ । ତେଣୁ ଯଦି ଆପଣଙ୍କୁ ଦୁର୍ଵଳ ଲାଗୁଛି ତେବେ ଶକ୍ତି ପାଇଁ ସକାଳେ ଖାଲି ପେଟରେ ଖଜୁରୀ ଖାଆନ୍ତୁ ।ଦୁଇରୁ ଚାରିଟି ଖଜୁରୀ ଖାଇବା ଦ୍ଵାରା ଦେହକୁ ଶକ୍ତି ମିଳିଥାଏ । 

ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଆମର ରୋଗ ପ୍ରତିରୋଧକ ଶକ୍ତି ଵଢିଥାଏ ।ଏଥିରେ ଥିବା କ୍ୟାଲସିୟମ୍, ଆଇରନ୍, ଭିଟାମିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଗୁଣ ଆପଣଙ୍କୁ ଶକ୍ତି ଯୋଗାଇଥାଏ ।
ଯେଉଁମାନଙ୍କର ହେମୋଗ୍ଲୋବିନ୍ ସ୍ତର କମ୍ ସେମାନେ ନିଶ୍ଚିତ ଭାବରେ ଖାଇବେ ଉଚିତ ।ଏଥିରେ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ ।

ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ଥାଏ ତେବେ ଆପଣ ରକ୍ତହୀନତାର ଶିକାର ହୋଇପାରନ୍ତି, ତେଣୁ ଆପଣ ପ୍ରତିଦିନ ଖଜୁରୀ ଖାଇବା ଉଚିତ୍ 

ଗୋଟିଏ ଦିନରେ କେତେ ଖାଇବା
ଗୋଟିଏ ଖଜୁରୀରେ୨୩ କ୍ୟାଲୋରୀ ଥାଏ ତେଣୁ ଗ୍ଲୁକୋଜ ଏବଂ ଫ୍ରୁକଟୋଜରେ ଭରପୂର ।ମଧୁମେହ ରୋଗୀଙ୍କୁ ସହାୟକ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।ଆପଣ ପ୍ରତିଦିନ ୩ରୁ ୪ ଖଜୁରୀ  ଖାଇବା ଉଚିତ୍ ।ଗୋଟିଏ ଦିନରେ ଏତେଗୁଡ଼ିଏ ଖଜୁରୀ  ଖାଇବା ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିବ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର ....

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ